ଜଗତସିଂହପୁର : ଠିକାଦାରଙ୍କୁ ଅପହରଣ, ଅଭିଯୁକ୍ତ ଗିରଫ

Advertisment
୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

nayalook.com

ଜଗତସିଂହପୁର : ବ୍ୟାବସାୟିକ ଶତ୍ରୁତାରୁ ଜଣେ ଠିକାଦାରଙ୍କୁ ଅପହରଣ କରାଯିବା ସହିତ ଗୋଟିଏ ଘରେ ଦୁଇଦିନ ବନ୍ଦୀ କରି ରଖାଯାଇଛି। ତାଙ୍କୁ ମାଡ଼ ମାରି ଟଙ୍କା ଟଙ୍କା ଦାବି କରାଯାଇଛି। ପୁଲିସ ଘଟଣାର ଛାନଭିନ୍ କରି ଠିକାଦାରଙ୍କୁ ବନ୍ଦ ଘରୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କର ଦୁଇ ଜଣ ସହଯୋଗୀ ଫେରାର ହୋଇଯାଇଥିବା କୁହାଯାଉଛି। ଏଭଳି ଏକ ଘଟଣା ପାରାଦୀପ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ପାରାଦୀପରେ ରହୁଥିବା ଠିକାଦାର ବିଶ୍ବଜିତ ମହାପାତ୍ରଙ୍କ ସହ କୁଜଙ୍ଗ ଥାନା ମଙ୍ଗରାଜପୁର ଅଂଚଳର ମନୋଜ କୁମାର ପଣ୍ତା ଓ ତିର୍ତୋଲ ଥାନା କେରକେରା ଗାଁର ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କର ବ୍ୟାବସାୟିକ ବିବାଦ ରହିଥିଲା। ଏହି ଦୁଇ ଜଣଙ୍କ ସହିତ ସେମାନଙ୍କର ଅନ୍ୟ କିଛି ସହଯୋଗୀ ମଧ୍ୟ ବିଶ୍ବଜିତଙ୍କଠାରୁ ଟଙ୍କା ପାଇବେ ବୋଲି ଦାବି କରିଥିଲେ। ମାତ୍ର ବିଶ୍ବଜିତ ସମସ୍ତଙ୍କୁ ଟଙ୍କା ପଇଠ କରି ସାରିଥିବା କହୁଥିଲେ। ଏଭଳି ଘଟଣାକୁ ନେଇ ଗତ ୧୬ ତାରିଖ ଗୁରୁବାର ଦିନ ସ୍ଥାନୀୟ ବାଉରିଆପାଳନ୍ଦା ନିକଟରେ ସେମାନେ ବିଶ୍ବଜିତଙ୍କ ସହ ପାଟିତୁଣ୍ତ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଥିବା ବିଶ୍ବଜିତଙ୍କ ସୁପରଭାଇଜର ଶୁଭ୍ରାଂଶୁ ପରିଡ଼ା ସେମାନଙ୍କୁ ବିରୋଧ କରିଥିଲେ। ଯୁବକମାନେ ଏକାଠି ହୋଇ ଶୁଭ୍ରାଂଶୁଙ୍କୁ ଆକ୍ରମଣ କରିବାରୁ ସେ ଭୟରେ ସେଠାରୁ ପଳାଇ ଯାଇଥିଲେ। ସଂପୃକ୍ତ ଯୁବକମାନେ ବିଶ୍ବଜିତଙ୍କୁ ଏକ କାରରେ ଜୋରଜବରଦସ୍ତ ଉଠାଇ ନେଇଥିଲେ। କିଛି ସମୟ ପରେ ସେଠାରେ ଶୁଭ୍ରାଂଶୁ ପହଞ୍ଚି ବିଶ୍ବଜିତଙ୍କୁ ପାଇ ନଥିଲେ। ତାଙ୍କର ମୋବାଇଲ ମଧ୍ୟ ସୁଇଚ୍ ଅଫ୍ ଥିଲା। ଫଲରେ ଶୁଭ୍ରାଂଶୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସବ୍–ଇନ୍ସପେକ୍ଟର ମନୋରଂଜନ ସାମଲଙ୍କ ନେତୃତ୍ବରେ ଏକ ଟିମ୍ ଠିକାଦାରଙ୍କୁ ରଖାଯାଇଥିବା ଇଫ୍‌କୋ ଛକସ୍ଥିତ ଏକ ଟ୍ରାନ୍ସପୋର୍ଟ ଅଫିସ୍‌ରେ ଚଢ଼ଉ କରିଥିଲେ। ପୁଲିସ ଚଢଉ ସମୟରେ ସେଠାରୁ ଦୁଇ ଜଣ ଖସି ଯାଇଥିବାବେଳେ ମନୋଜ ଓ ପ୍ରକାଶଙ୍କୁ ପୁଲିସ କାବୁ କରି ନେଇଥିଲା। ଫେରାର ଯୁବକଙ୍କ ମଧ୍ୟରେ ଜଣେ ସୁଶାନ୍ତ ଥିବାବେଳେ ଅନ୍ୟ ଜଣକର ପରିଚୟ ମିଳି ପାରିନାହିଁ। ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe