ଲସିରେ ନିଶା ଦେଇ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍‌ କରିବା ମାମଲାରେ ଅଭିଯୁକ୍ତ ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ୍‌ କରିବା ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି, ବ୍ରହ୍ମପୁର ବଡ଼ବଜାର ଥାନା ଇଲାକାର କୈଳାସ ଚନ୍ଦ୍ର ସାହୁ ଓରଫ୍‌ ସମୀର (୩୨)। ସମୀର ସଂପୃକ୍ତ ଯୁବତୀଙ୍କ ସହ ଗତ କିଛି ବର୍ଷ ତ‌ଳେ ପ୍ରେମ ସମ୍ପର୍କ ରଖିଥିଲା। ୨୦୧୬ ମସିହାରେ ବ୍ରହ୍ମପୁରରେ ଲସିରେ ନିଶା ମିଶାଇ ଦୁଷ୍କର୍ମ କରିଥିଲା। ଆଉ ଅଶ୍ଳୀଳ ଫଟୋ ଉଠାଇ ଧମକଚମକ ଦେଇ ଆସୁଥିଲା। କିଛି ଦିନ ତଳେ ଏହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରି ଦେଇଥିଲା। ଏ ନେଇ ଯୁବତୀ ଜଣକ ଆସିକା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୨୦/୨୧ ଅନୁସାରେ ମାମଲା ରୁଜୁ ହୋଇଥିଲା। ଆଜି ଅଭିଯୁକ୍ତ କୈଳାସକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe