ହଳଦିଆଗୁଣା ଶିଶୁ କନ୍ୟା ଦୁର୍ଷ୍କମ ଘଟଣା: ଅଭିଯୁକ୍ତକୁ ଗିରଫ କଲା ପୁଲିସ

ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

କେନ୍ଦୁଝର : କେନ୍ଦୁଝର ସଦର ଥାନାର ହଳଦିଆଗୁଣା ଗ୍ରାମରେ ମୃତ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ହତ୍ୟାକାରୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସକୁ ଦେଇଥିବା ବୟାନ ଅନୁସାରେ ହଳିଦିଆଗୁଣା ସାହିରେ ଲକ୍ଷ୍ମୀପୂଜା ଅବସରରେ ୨୦ ତାରିଖ ସଂଧ୍ୟାରେ ଝୁମର ନୃତ୍ୟର ଆୟୋଜନ ହୋଇଥିଲା। ଗ୍ରାମର ବହୁଲୋକ ଝୁମର ନୃତ୍ୟ ଦେଖିବାକୁ ଯାଇଥିଲେ। ଗ୍ରାମର ରେଣ୍ଡ ମୁଣ୍ଡାଙ୍କ ସ୍ତ୍ରୀ ପାନ ମୁଣ୍ଡା ଏବଂ ତାଙ୍କର ୫ ବର୍ଷର ଝିଅ ସୀତା ମୁଣ୍ଡା ମଧ୍ୟ ଝୁମର ନୃତ୍ୟ ଦେଖିବାକୁ ଯାଇଥିଲେ। ପାନ ଝୁମର ନୃତ୍ୟ ଦେଖୁଥିବା ସମୟରେ ତାଙ୍କ ଝିଅ ପେଣ୍ଡାଲ ନିକଟରେ ଖେଳୁଥିଲା। ଏହା ସେହି ଗ୍ରାମର ବୁଦ୍ଧୁରାମ ମୁଣ୍ଡାଙ୍କ ଆଖିରେ ପଡ଼ିଥିଲା। ସେ ସୀତାକୁ ଡାକିବାରୁ ତାଙ୍କ ସହିତ ଚାଲି ଯାଇଥିଲା। ଏକଥା ପାନ ମୁଣ୍ଡା ଜାଣି ନଥିଲେ। ବୁଦ୍ଧୁରାମ ସୀତାକୁ ନେଇ ଘରକୁ ଫେରିବା ବାଟରେ ଗଣେଶ୍ବର ମହାନ୍ତଙ୍କ ଘର ନିକଟରୁ ପାଟିକୁ ବନ୍ଦ କରି ସୀତାକୁ ଜେମାରାଣୀଙ୍କ ବାଡିକୁ ଟେକି ନେଇଥିଲା। ସେଠାରେ ସୀତାଙ୍କୁ ଦୁର୍ଷ୍କମ କରିବା ପରେ ତଣ୍ଟିଚିପି ହତ୍ୟା କରିଥିଲା। ‌ସେଠାରେ ଶବକୁ ଛାଡି ଚାଲିଯାଇଥିଲା। ପରଦିନ ସକାଳେ ଘଟଣା ସଂପର୍କରେ ସେ ତା ପରିବାର ଲୋକଙ୍କୁ କହିଥିଲା ବୋଲି ପୁଲିସ ନିକଟରେ ପ୍ରକାଶ କରିଛି। ପରିବାର ଲୋକ ଭୟରେ ଘଟଣା ସଂପର୍କରେ କାହାରିକୁ କିଛି କହି ନଥିଲେ। ଯେଉଁଠାରେ ସୀତାର ଶବ ପଡିଥିଲା ତାହା ଦେଖି ଆସିଥିଲେ । ଏପରିକି ସେହି ଗାଁକୁ ଆସିଥିବା ଜଣେ ଯୁବକଙ୍କୁ ବୁଦ୍ଧୁରାମ କହିଥିଲା କି ଜେମାରାଣୀଙ୍କ ବାଡିରେ ଗୋଟିଏ ଶବ ପଡିଛି ।

ଏପଟେ ରେଣ୍ଡା ମୁଣ୍ଡାଙ୍କ ପରିବାର ଲୋକ ସୀତାଙ୍କୁ ଖୋଜି ଖୋଜି ନୟାନ୍ତ ହେବା ପରେ ୨୨ ତାରିଖ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ହଳିଦିଆଗୁଣାକୁ ଯାଇ ତଦନ୍ତ କରୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ପୁଲିସକୁ ସୂଚନା ଦେଇଥିଲା। ୨୩ ତାରିଖ ସକାଳେ ପୁଲିସ ଗାଁ ଲୋକଙ୍କ ସହାୟତାରେ ଖୋଜାଖୋଜି କରି ସୀତାର ଶବକୁ ଠାବ କରିଥିଲେ। ବୁଦ୍ଧୁରାମ ଯେଉଁ ଯୁବକକୁ ଶବ ପଡିଥିବା କଥା କହିଥିଲା, ସେହି ଆଧାରରେ ପୁଲିସ ବୁଦ୍ଧୁରାମକୁ ଅଟକ ରଖି ପଚରାଉଚରା କରିବାରୁ ସେ ଘଟଣା ସଂପର୍କରେ ପୁଲିସ ନିକଟରେ କହିଥିଲା। ଫଳରେ ପୁଲିସ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ବିରୋଧରେ ଧାରା ୩୭୬ (ଏ-ବି) , ୩୦୨ ଏବଂ ପୋକ୍ସୋ ଆକ୍ଟ ଲାଗିଛି। ମାମାର ତଦନ୍ତଭାର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇଙ୍କୁ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe