ଭଉଣୀକୁ ହତ୍ୟା କରିଥିବା ଅଭିଯୁକ୍ତ ଭାଇଙ୍କର ଚାଲିଗଲା ଜୀବନ

Advertisment
ଭଉଣୀକୁ ହତ୍ୟା କରିଥିବା ଅଭିଯୁକ୍ତ ଭାଇଙ୍କର ଚାଲିଗଲା ଜୀବନ

ବ୍ରହ୍ମପୁର: ଗତକାଲି ଭଉଣୀକୁ ହତ୍ୟା କରିବା ପରେ ଗୁରୁତର ହୋଇଥିବା ଅଭିଯୁକ୍ତ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀଙ୍କର ଆଜି ସକାଳେ ଏମକେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ଭଉଣୀ ହେଲେ ପ୍ରଯକ୍ତା ପାଣିଗ୍ରାହୀ।
ପବିତ୍ର ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ଉଉଣୀ ରାକ୍ଷୀ ବାନ୍ଧି ତା’ ମଙ୍ଗଳ ମନାସି ଥାଏ। ଭାଇ ମଧ୍ୟ ଭଉଣୀକୁ ସୁରକ୍ଷା ଦେବା ପାଇଁ ଶପଥ କରେ। କିନ୍ତୁ ଏଭଳି ଦିନରେ ଜଣେ ଭାଇ ଭଉଣୀର ଜୀବନ ନେଇଛି। ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ଘଟିଥିଲା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ।
ସୂଚନା ଅନୁସାରେ, ବଡ଼ବଜାର ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀଙ୍କ ଛୁରାମାଡ଼ରେ ୧୩ ବର୍ଷୀୟା ଭଉଣୀ ପ୍ରଯକ୍ତା ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାର କାରଣ ଜଣାପଡିନାହିଁ। ଗୁରୁତର ଯୁବକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe