ଜେଲ୍‌ରେ ଅଭିଯୁକ୍ତ ଡାକ୍ତରଙ୍କ ମୃତ୍ୟୁ

Advertisment

ପୋକ୍‌ସୋ ମାମଲାରେ ଗିରଫ ହୋଇଥିଲେ, ତାଳଚେର ବିଧାୟକ ବ୍ରଜକିଶୋରଙ୍କ ଦାଦା

ପୋକ୍‌ସୋ ମାମଲାରେ ଗିରଫ ହୋଇଥିଲେ, ତାଳଚେର ବିଧାୟକ ବ୍ରଜକିଶୋରଙ୍କ ଦାଦା

ଜେଲ୍‌ରେ ଅଭିଯୁକ୍ତ ଡାକ୍ତରଙ୍କ ମୃତ୍ୟୁ

ଅନୁଗୁଳ : ଜଣେ ୧୪ବର୍ଷ ବୟସ୍କାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଡାକ୍ତର ଅନୁଗୁଳ ଜେଲ୍‌ରେ ପ୍ରାଣ ହରାଇଛନ୍ତି। ଡାକ୍ତରଙ୍କ ନଁା ପ୍ୟାରୀମୋହନ ପ୍ରଧାନ। ସେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦାଦା। ତାଙ୍କ ମୃତ୍ୟୁକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଛି। ଅନୁଗୁଳ ଏସ୍‌ପିଙ୍କୁ ତୁରନ୍ତ ବଦଳି ଏବଂ ତାଳଚେର ଥାନା ଅଧିକାରୀଙ୍କୁ ବହିଷ୍କାର ଦାବିରେ ଶୁକ୍ରବାର ଦିନ ପରିବାର ଲୋକେ ଦିନତମାମ ଏସ୍‌ପିଙ୍କ ଅଫିସ୍‌ ସାମ୍ନାରେ ଧାରଣା ଦେଇଛନ୍ତି।

ଡାକ୍ତର ପ୍ୟାରୀମୋହନ ବିହାରରେ ଶିଶୁ ଡାକ୍ତର ଭାବେ କାମ କରୁଥିଲେ। ଚାକିରି ଛାଡ଼ିବାପରେ ନିଜର ତାଳଚେର ବାଘୁଅବୋଲ ଆସି ନିଜର ଏକ କ୍ଲିନିକ୍‌ ଖୋଲି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗତମାସ ୮ତାରିଖ ଦିନ ମୃତ ଡାକ୍ତର ଶ୍ରୀ ପ୍ରଧାନଙ୍କ ନାଁ ଅସଦାଚରଣ ଭଳି ସମ୍ବେଦନଶୀଳ ଅଭିଯୋଗ ଆସିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ନିଜର ୧୪ବର୍ଷ ବୟସ୍କା ଝିଅର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ କ୍ଲିନିକ୍‌କୁ ଯାଇଥିଲେ। ଏହିସମୟରେ ଡାକ୍ତର ଚିକିତ୍ସା କରିବା ବାହାନାରେ ନାବାଳିକାଙ୍କର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିଲେ ବୋଲି ନାବାଳିକାଙ୍କ ମା’ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ତାଳଚେର ଅଞ୍ଚଳରେ ଜୋର୍‌ ଚର୍ଚ୍ଚା ହୋଇଥିଲା। ଏତଲା କ୍ରମେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଦଫା ୩୫୪ଏ(୧), ୨୯୪, ୩୨୩, ୫୦୬ ଏବଂ ପୋକ୍‌ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା। ବିଚାରାଧୀନ ବନ୍ଦୀ ଭାବେ ସେ ଜେଲ୍‌ରେ ଥିବାବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ତେବେ, ଡାକ୍ତରଙ୍କ ମୃତ୍ୟୁ ଘଟଣାପରେ ତମ୍ବିତୋଫାନ୍‌ ଆରମ୍ଭ ହେବାସହିତ ଏହା ରାଜନୈତିକ ପ୍ରସଙ୍ଗର ରୂପ ନେଇଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ ବିଧାୟକଙ୍କୁ ଏକପ୍ରକାର ବଦନାମ କରିବା ପାଇଁ ଏହା ଏକ ଷଡ଼୍‌ଯନ୍ତ୍ର ଥିଲା। ବିନା କୌଣସି ତଥ୍ୟ ପ୍ରମାଣରେ ଏତଲାକୁ ଆଧାରକରି ତାଳଚେର ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା। ଏଥିସହିତ, ଦଳ ଓ ପରିବାର ପକ୍ଷରୁ ଚିକିତ୍ସା ଅବହେଳା ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe