ପୁଲିସ୍‌କୁ ଚକମା ଦେଇ ଅଭିଯୁକ୍ତ ଫେରାର୍ ମାମଲାରେ ୩ ପୁଲିସ୍ କର୍ମଚାରୀ ନିଲମ୍ବିତ

Advertisment
ପୁଲିସ ହେପାଜତରୁ ଚମ୍ପଟ ମାରିଲା ଦୁଷ୍କର୍ମ ଅଭିଯୁକ୍ତ

Times of India

ସମ୍ବଲପୁର : ଅଗଷ୍ଟ ୧୧ ତାରିଖ ସନ୍ଧ୍ୟାରେ କୋର୍ଟଚାଲାଣ ବେଳେ ଜଣେ ଅଭିଯୁକ୍ତ ପରିସ୍ରା କରିବା ବାହାନାରେ ପୁଲିସକୁ ଚକମା ଦେଇ ଫେରାର୍‌ ହୋଇ ଯାଇଥିଲା। ଏ ନେଇ ଟାଉନ୍‌ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଧରାପଡ଼ିନାହିଁ। ଅନ୍ୟପଟେ ଏହି ମାମଲାରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ୩ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା କତରବଗା ଥାନାଧିକାରୀ ସ୍ବୀକାର କରିଥିବା ବେଳେ ସେମାନଙ୍କ ନାଁଗୁଡ଼ିକ କହି ନଥିଲେ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା କତରବଗା ଥାନା ପୁଲିସ ଚୋରି ମାମଲାରେ ସୁନୀଲ ନାୟକ ସହିତ ୩ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା। ଅଗଷ୍ଟ ୧୧ ତାରିଖ ସନ୍ଧ୍ୟାରେ କୋର୍ଟଚାଲାଣ ପାଇଁ ସେମାନଙ୍କୁ ସମ୍ବଲପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଅଣାଯାଇଥିଲା। ତେବେ ପୁଲିସକୁ ଚକ୍‌ମା ଦେଇ ପରିସ୍ରା ବାହାନା କରି ସୁନୀଲ କୋର୍ଟ ପରିସରରୁ ଚମ୍ପଟ ମାରିଥିଲା। ପୁଲିସ ଆଜି ଯାଏ ତାକୁ ଖୋଜୁଥିବା ବେଳେ ଧରିବାରେ ସଫଳ ହୋଇନାହିଁ। ଅନ୍ୟପଟେ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ନାଁକୁ ଚାପି ରଖିବା ପାଇଁ ପୁଲିସ ବିଭାଗ ପକ୍ଷରୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe