ସାବତ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ : ୨ ବର୍ଷ ପରେ ଘଟଣା ପ୍ରଘଟ, ଜେଲ୍‌ରେ ଅଭିଯୁକ୍ତ ବାପ

Advertisment

ଜନ୍ମିତ ଶିଶୁକନ୍ୟାକୁ ବିକ୍ରି କରିଦେଇଥିଲେ

ଜନ୍ମିତ ଶିଶୁକନ୍ୟାକୁ ବିକ୍ରି କରିଦେଇଥିଲେ

ଭଡ଼ାଟିଆକୁ ହତ୍ୟା ଉଦ୍ୟମ ମାମଲା : ଦୋଷୀକୁ ୫ ବର୍ଷ ସଶ୍ରମ କାରାଦଣ୍ଡ

Times Now

ସମ୍ବଲପୁର : ସାବତ ବାପାର ବାରଂବାର ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ଏକ ଶିଶୁକନ୍ୟା ଜନ୍ମ ଦେବା ଏବଂ ଏହାପରେ ଶିଶୁକନ୍ୟାଟିକୁ ଜିଲ୍ଲା ବାହାରେ ବିକ୍ରି କରିଦେଇଥିବା ଭଳି ଅତ୍ୟନ୍ତ ‌ସମ୍ବେନଶୀଳ ଘଟଣା ଏବେ ସାମ୍ନାକୁ ଆସିଛି। ଦୁଇ ବର୍ଷ ପରେ ଏହି ଘଟଣା ପ୍ରଘଟ ହୋଇଛି। ନାବାଳିକା ଝିଅର ମାଙ୍କ ଏତଲାକ୍ରମେ କିଛିଦିନ ପୂର୍ବରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ବିକ୍ରି କରି ଦିଆଯାଇଥିବା ଶିଶୁକନ୍ୟାକୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ମହାନଗର ନିଗମ ଅଂଚଳରେ।

ଘଟଣାଟି ଏହିପରି, ସଂପୃକ୍ତ ନାବାଳିକାଙ୍କ ବାପା ଅନେକ ଦିନ ପୂର୍ବରୁ ପ୍ରାଣ ହରାଇଥିଲେ। ଏହାପରେ ତା’ର ମା’ ଆଉ ଜଣଙ୍କୁ ବିବାହ କରିଥିଲେ। ତେବେ ନାବାଳିକାଙ୍କୁ ତାଙ୍କର ଏହି ସାବତ ବାପା ଜଣକ ବାରମ୍ବାର ଦୁଷ୍କର୍ମ କରୁଥିଲା। ପରିଣାମ ସ୍ବରୂପ ନାବାଳିକା ଗର୍ଭବତୀ ହୋଇ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଏହି ଘଟଣା ପ୍ରଘଟ ହେବା ଆଶଂକା କରି ସଂପୃକ୍ତ ବ୍ୟକ୍ତି ଜଣକ ଶିଶୁକନ୍ୟା ଜିଲ୍ଲାର ବାହାରର ଏକ ପରିବାରକୁ ବିକ୍ରି କରିଦେଇଥିଲା। ତେବେ ନାବାଳିକାର ମା’ଙ୍କ ଏତଲାକ୍ରମେ ଅଭିଯୁକ୍ତ ସାବତ ବାପାକୁ ଗିରଫ ହୋଇ ଏବେ ଜେଲ୍‌ରେ। ସେହିପରି ବିକ୍ରି କରି ଦିଆଯାଇଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇ ପାଳିତ ମା’ଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe