ଗଞ୍ଜେଇ କାରବାର ଅଭିଯୁକ୍ତକୁ ୧୦ ବର୍ଷ ଜେଲ

Advertisment
ମହିଳାଙ୍କ ଆତ୍ମହତ୍ୟା ଘଟଣା, ସ୍ବାମୀ ଜେଲ୍‌ ଗଲେ

Work of the World

ବୌଦ୍ଧ : ଏକ ଗଞ୍ଜେଇ କାରବାର ମାମଲାର ବିଚାର କରି ଜିଲ୍ଲା ଜଜ୍‌ ବିକ୍ରମ ପ୍ରଧାନ ବୁଧବାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ମାମଲା ଅନୁସାରେ ବୌଦ୍ଧ ଥାନା ସମାପାଜୁର ମୂଳ ବାସିନ୍ଦା ଅଜିତ ପ୍ରଧାନ (ବର୍ତ୍ତମାନ ବୟସ ୨୬) ରହୁଥିବା ଗୁନିଗାନି ଗ୍ରାମରେ ନିଜ ଘରେ ଗଞ୍ଜେଇ ଗଚ୍ଛିତ ରଖିଥିବା ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନ ସୂଚନା ପାଇଥିଲେ।

ଶ୍ରୀମତୀ ପ୍ରଧାନ ଅନ୍ୟ କର୍ମଚାରୀଙ୍କୁ ନେଇ ଅଜିତର ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ସେ ଘର ପଛପ​ଟ ମହୁଲ ଗଛ ମୂଳରେ ବସି ଗଞ୍ଜେଇ ବସ୍ତା ସିଲେଇ କରୁଥିଲା। ଗଞ୍ଜେଇ ଜବତ କରି ଓଜନ କରିବାରେ ୬୦ କିଲୋ ହୋଇଥିଲା। ଏ ନେଇ ଅଭିଯୁକ୍ତକୁ କେସ ନଂ ୫୬/୨୦୨୧ରେ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲାଟି ୮/୨୦୨୨ରେ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସବିତା ପଣ୍ଡା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe