ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌

Advertisment

Snopes.com

ଭଦ୍ରକ : ଭଦ୍ରକର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଣତି ସା ଏକ ନାବାଳିକା ଦୁ‌ଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବାକୁ ରାୟରେ ସ୍ପଷ୍ଟ କରାଯାଇଛି। ସୂଚନା ଅନୁସାରେ ୨୦୧୬ ମସିହା ଜାନୁଆରି ୧୧ ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପଳିକିରି ଗ୍ରାମର ଦିଗମ୍ବର ମାଝୀ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜଣେ ଆଠ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ପରିବାର ଲୋକେ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ଏଇ ଅଭିଯୋଗକୁ ଭିତ୍ତିକରି ପୁଲିସ ୯/୧୬ରେ ମାମଲା ରୁଜୁ କରିଥିଲା ଏବଂ ଅଭିଯୁକ୍ତ ଦିଗମ୍ବରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା (କେସ୍ ନମ୍ବର ୪/୧୬ରେ) ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ଥିଲା। ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ମାନ୍ୟବର ବିଚାରପତି ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ମନୋରଞ୍ଜନ ଦାସ ଏହି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe