ହତ୍ୟା ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ୍‌

Advertisment

ଗୁଡ଼ି ଓ ସୂତା ଗୋଟାଇବାକୁ କେନ୍ଦ୍ରକରି ହୋଇଥିଲା ହତ୍ୟାକାଣ୍ଡ

ଗୁଡ଼ି ଓ ସୂତା ଗୋଟାଇବାକୁ କେନ୍ଦ୍ରକରି ହୋଇଥିଲା ହତ୍ୟାକାଣ୍ଡ

ସ୍ବତନ୍ତ୍ର ପାରୋଲରେ ମୁକୁଳିବେ ଆଉ ୨୨୧ କଏଦୀ

Photo Credit: Representative Image

ବାଲେଶ୍ବର : ଏକ ହତ୍ୟା ମାମଲାର ବିଚାର କରି ବାଲେଶ୍ବର ଜିଲ୍ଲା ଓ ଦୌରାଜଜ୍‌ ହିରଣ୍ମୟ ବିଶୋଇ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଅଭିଯୁକ୍ତକୁ ୧ ହଜାର ଟଙ୍କା ଜରିମାନା ଏବଂ ତାହା ଅନାଦେୟ ହେଲେ ଅଧିକ ୨ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ କରିଥିବା ଜଣାଯାଇଛି।

ସୂଚନା ଥାଉକି, ୨୦୧୭ ଜାନୁଆରି ୧୫ ତାରିଖରେ ଚାନ୍ଦିପୁର ଥାନା ତପ୍‌ସୀ ଗ୍ରାମର ଏକ ଗୁଡ଼ି ଓ ସୂତା ଗୋଟାଇବାକୁ କେନ୍ଦ୍ର କରି ସେହି ଗ୍ରାମର ବାଦଲ ଦାସଙ୍କ ସହ ନିରଞ୍ଜନ ବେହେରା ଏବଂ ତାଙ୍କ ସାନଭାଇ ହରିହରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବାଦଲ ସେ ଦୁହିଁଙ୍କୁ ଗୁଡ଼ି ଓ ସୂତା ଗୋଟାଇବାକୁ ବାରଣ କରିଥିଲେ ହେଁ ତାଙ୍କ କଥା ନମାନି ନିରଞ୍ଜନ ତାହା ଗୋଟାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଦଲ ନିରଞ୍ଜନଙ୍କୁ ଧକ୍କା ମାରିବାକୁ ସେ ତଳେ ପଡ଼ିଯାଇଥିଲା। ଏହାପରେ ବାଦଲ ନିରଞ୍ଜନଙ୍କ ଉପରେ ବସି ତାଙ୍କ ଛାତିକୁ ଛୁରୀରେ ଭୁସି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସାନଭାଇ ହରିହର ଏବଂ ଗ୍ରାମବାସୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନିରଞ୍ଜନଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ହରିହର ଚାନ୍ଦିପୁର ଥାନାରେ ଅଭିଯୁକ୍ତ ବାଦଲ ଦାସ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୭/୧୭ରେ ମାମଲା ରୁଜୁ କରି ଅଭିଯୁକ୍ତ ବାଦଲକୁ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୨ ଜଣ ସାକ୍ଷ୍ୟ ଓ ୧୮ଟି ଦସ୍ତାବିଜ୍‌କୁ ଆଧାର କରି ବିଚାରପତି ଶ୍ରୀ ବିଶୋଇ ମାମଲାର ବିଚାର କରିଥିଲେ। ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ ପିପି ପ୍ରଶାନ୍ତ କୁମାର ମଲ୍ଲିକ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe