ବ୍ରହ୍ମପୁର : ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

Advertisment
ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୧୫ ବର୍ଷ ଜେଲ୍‌ ଦଣ୍ଡାଦେଶ

Entrepreneur

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅତିରିକ୍ତ ଦୌରାଜଜ୍‌ (ଏଡିଜେ)-୨ ଜଗଦୀଶ ପ୍ରସାଦ ମହାନ୍ତି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି।

ଗତ ୨୦୧୬ ଜୁନ ମାସରେ ଗୋଳନ୍ଥରା ଥାନା ଇଲାକାରେ ଜନୈକା ସ୍କୁଲ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କ ବାପା ଏ ନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନମ୍ବର ୯୩/୧୬ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନରସିଂହ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣା ପରଠାରୁ ନରସିଂହ ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲା। ଏହି ମାମଲାର ଶୁଣାଣି ବେଳେ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ଅଭାବ ଯୋଗୁଁ ଏଡିଜେ-୨ ଅଭିଯୁକ୍ତ ନରସିଂହକୁ ଦଣ୍ଡିତ କରିଛନ୍ତି। ଏହାସହିତ ପୀଡ଼ିତାଙ୍କୁ ୩ଲକ୍ଷ ଟଙ୍କା ସରକାରୀ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe