ପୁଲିସ ଉପରକୁ ଡକାୟତର ଗୁଳିଚାଳନା: ଦୋଷୀକୁ ୧୦ ବର୍ଷ କାରାଦଣ୍ଡାଦେଶ

କଂଗ୍ରେସ ନେତା ପ୍ରଫୁଲ୍ଲଙ୍କୁ ଗୁଳି କରି ହତ୍ୟା ଘଟଣା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ଼ : ପୁଲିସ ଉପରକୁ ଗୁଳିଚାଳନା କରିଥିବା ଅପରାଧରେ ଆଜି ଦୋଷୀ ସୁରେଶ ରାଉତ(୪୨)ଙ୍କୁ ନୟାଗଡ଼ ଜିଲ୍ଲା ସହକାରୀ ଦୌରାଜଜ୍‌ ତଥା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞାପାରମିତା ମହାପାତ୍ର ଦଣ୍ତାଦେଶ କରିଛନ୍ତି। ଦୋଷୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସମେତ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସୁରେଶର ଘର ଦଶପଲ୍ଲା ଥାନା ଅଧୀନ ପୋଇବାଡ଼ି ଗ୍ରାମରେ।ମିଳିଥିବା ସୂଚନା ମୁତାବକ, ୨୦୧୮ ମସିହା ଜାନୁଆରି ୨୩ରେ ନୟାଗଡ଼ ଟାଉନ୍‌ ଥାନା ଅଧୀନ ବାରମାସୀଦଣ୍ଡା ନିକଟରେ ସୁ‌ରେଶ ଡକାୟତି ଯୋଜନା କରୁଥିଲା। ଏନେଇ ତତ୍‌କାଳୀନ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଚଢ଼ଉ କରିଥିବା ବେଳେ, ଡକାୟତ ସୁରେଶ ପୁଲିସ ଉପରକୁ ଦେଶୀ ବନ୍ଧୁକରୁ ଗୁଳିଚାଳନା କରିଥିଲା। ପୁଲିସ ଚତୁରତାର ସହିତ ସୁରେଶକୁ କାବୁ କରିନେଇଥିଲା।

ଆଇଆଇସିଙ୍କ ଅଭିଯୋଗକୁ ଭିତ୍ତି କରି ଏନେଇ ଟାଉନ୍‌ ଥାନରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ସରକାରୀ ଓକିଲ ପ୍ରଭାତ ଆଦିତ୍ୟ ବରାଳଙ୍କ ସୂଚନା ମୁତାବକ, ୧୭ ଜଣ ସାକ୍ଷୀଙ୍କ ବୟାନ, ତାଙ୍କର ଯୁକ୍ତିକୁ ଆଧାର କରି ବିଚାରପତି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ଅନାଦାୟ ହେଲେ ଦୋଷୀକୁ ଅଧିକ ୬ ମାସ ଜେଲ୍‌ଦଣ୍ତ ଭୋଗିବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe