ବୃଦ୍ଧଙ୍କୁ ଆକ୍ରମଣ, ଦୋଷୀକୁ ୩ ବର୍ଷ ଜେଲ୍‌

Advertisment
ଦୁଷ୍କର୍ମ ଅଭିଯୁକ୍ତକୁ ୧୦ବର୍ଷ ଜେଲ୍‌

ABC New

କେନ୍ଦୁଝର :   କେନ୍ଦୁଝର ସଦର ଥାନା ଡୁମୁରିଆ ଗ୍ରାମର ବୀରବର ମହାନ୍ତ ଉକ୍ତ ଗ୍ରାମର ୭୨ ବର୍ଷ ବୟସ୍କ ବୃଦ୍ଧ ଋଷି କୁମାର ମହାନ୍ତଙ୍କୁ ଗତ ୨୦୧୮ ମସିହା ଜୁନ୍ ମାସ ୨୦ ତାରିଖରେ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିବା ମାମଲାରେ ତାଙ୍କୁ ତିନି ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବୀରବର ମହାନ୍ତଙ୍କ ଦ୍ବାରା ଋଷି କୁମାର ମହାନ୍ତ ଆକ୍ରମଣ ଶିକାର ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେବା ପରେ ସେ ସଦର ଥାନାରେ ଏତଲା ଦେଇଥିଲେ । ସଦର ଥାନା କେଶ ନଂ ୧୪୮/୨୦୧୮, ଦଫା ୩୪୧/୩୦୭/୫୦୬ ରେ ମାମଲା ରୁଜୁ କରିଥିଲା । ଏହି ମାମଲାର ବିଚାର କରି ସିଜେଏମ୍ କୋର୍ଟର ବିଚାରପତି ରଞ୍ଜୁଲତା ଲେଙ୍କା ଆକ୍ରମଣକାରୀ ବୀରବର ମହାନ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ କରିବା ସହ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ୯ ଜଣ ସାକ୍ଷୀ ଓ ତଦନ୍ତକୁ ଭିତ୍ତି କରି ଏହି ଆଦେଶ କରାଯାଇଛି ବୋଲି ସରକାରୀ ଓକିଲ ଅଶୋକ କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe