ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମାନ୍ୟବର ଏଡିଜେଙ୍କ ଅଦାଲତରେ ଆଜି ଏକ ଦୁର୍ଷ୍କମ ମାମଲାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୨୦  ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ୨୦୧୯ ଡିସେମ୍ବର ୨୫ ତାରିଖ ଖଡ଼ିଆଳ ଥାନାଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତ ଟଙ୍କଧର ଭୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

ଗୁରୁବାର ଏଡିଜେ ମୀନାକ୍ଷୀ ଦାସ ୨୫ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଟଙ୍କଧର ଭୋଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଅର୍ଥ ଦଣ୍ଡ ଦେଇଛନ୍ତି। ଟଙ୍କା ଅନାଦେୟ ହେଲେ ପୁଣି ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ସେହିପରି ସଂପୃକ୍ତ ନାବାଳିକାଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ନିର୍ଦେଶ  ଦେଇଛନ୍ତି। ସ୍ବତନ୍ତ୍ର ପିପି ଘାସିରାମ ବାଗ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe