ବଲେରୋ ପୋଡ଼ି ଅଭିଯୋଗରେ ଜଣେ ଦୁର୍ବୃତ୍ତ ଗିରଫ

Advertisment
ବଲେରୋ ପୋଡ଼ି ଅଭିଯୋଗରେ ଜଣେ ଦୁର୍ବୃତ୍ତ ଗିରଫ

ସଇନ୍ତଳା/ଦେଓଗାଁ : ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝିକିଡୁଙ୍ଗୁରି ପଞ୍ଚାୟତ ଲାଫେର ଗାଁରେ କିଛିଦିନ ତଳେ ଦୁର୍ବୃତ୍ତମାନେ ଏକ ବଲେରୋ (ଆର୍ ୦୫ ଟି ୦୨୫୫)ରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତ ରୁଜୁଲ ମହାକୁରକୁ ଶୁକ୍ରବାର ପୁଲିସ ଗିରଫ କରିଛି। ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଲାଫେର ଗାଁର ସିଦ୍ଧେଶ୍ୱର ମହାକୁର ଘର ବାଡ଼ିପଟେ ତାଙ୍କ ବଲେରୋ ଗାଡ଼ିକୁ ରଖିଥିଲେ। ରାତି ୨ଟାରେ କିଛି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଫେରାର ହେଉଥିଲେ। ଏହି ସମୟରେ ସିଦ୍ଧେଶ୍ବରଙ୍କ ପରିବାର ଲୋକେ ଅଭିଯୁକ୍ତ ରୁଜୁଲକୁ ଚିହ୍ନଟ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଘଟଣାର ୩ ଦିନ ପରେ ଥାନା ଏସଆଇ ପ୍ରସନ୍ନ ନାୟକ ଅଭିଯୁକ୍ତ ରୁଜୁଲକୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe