ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଆସାମୀକୁ ବର୍ଷେ ଜେଲ୍‌

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଚଣ୍ଡିଖୋଲ : ଏକ ଫୌଜଦାରି ମାମଲାର ବିଚାର କରି ଚଣ୍ଡିଖୋଲ କୋର୍ଟର ସହକାରୀ ଦୌରାଜଜ୍ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ଆସାମୀକୁ ଏକବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ମୁତାବକ, ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମର ଏନ୍‌ ଗୁଣମୂର୍ତ୍ତି ରାଓ ଗତ ୨୦୨୧ ଜୁଲାଇ ୧୪ ତାରିଖରେ ଘରପାଖ ଚାହା ଦୋକାନରେ ବସି ଚାହା ପିଉଥିବା ବେଳେ ସେହି ଗ୍ରାମର ରାମଚନ୍ଦ୍ର ନାୟକ ତାଙ୍କୁ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲା। ଏଥିରେ ଗୁଣମୂର୍ତ୍ତି ଗୁରୁତର ଆହତ ହୋଇଥିଲେ। ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଝିଅ ଏନ ଶୁଭାଷିନୀ ରାଓ ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ।

ଥାନା କେସ ନମ୍ବର ୩୬୮/୨୧ ରେ ଧର୍ମଶାଳା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା। ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଚଣ୍ଡିଖୋଲ କୋର୍ଟ ଦୌରାଜଜ୍ ଶ୍ରୀ ସ୍ୱାଇଁ ଆଜି ଆସାମୀଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ଦେବରାଜ ବେହେରା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe