ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ନବରଙ୍ଗପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଯୋଗେଶ ଭତରାକୁ ନିର୍ଦୋଷରେ ଖଲାସ କରିଛନ୍ତି...

Accused of misdemeanor acquitted

Accused of misdemeanor acquitted

ନବରଙ୍ଗପୁର: ନବରଙ୍ଗପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଯୋଗେଶ ଭତରାକୁ  ନିର୍ଦୋଷରେ ଖଲାସ କରିଛନ୍ତି ।

ସୂଚନା ଅନୁଯାୟୀ , ନବରଙ୍ଗପୁର ଥାନା  ଅଂଚଳର ଜୈନେକା ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପଖନାଗୁଡା ଗାଁର ଯୋଗେଶ ଭତରା ଦୁଷ୍କର୍ମ କରିଥିବା  ନବରଙ୍ଗପୁର ପୁଲିସ ନିକଟରେ  ପରିବାର ବର୍ଗ  ଅଭିଯୋଗ କରିଥିଲେ।  

ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୋଗେଶ ଭତରାକୁ କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୬୩/୩୭୬(୨)(ଏନ)/୩୭୬(୩) ଓ ସ୍ବତନ୍ତ୍ର ପୋକ୍ସୋ ଆଇନ ୨୦୧୨ରୁ ଧାରା ୪(୨)/୬ରେ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି ସମୟରେ ସମସ୍ତ ୨୭ ଜଣ ସାକ୍ଷ୍ୟ ପ୍ରମାଣ ଦେଇଥିଲେ।

ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଓ ପୁଲିସର ତଦନ୍ତ ଠିକ ନଥିବାରୁ  କୋର୍ଟ ଅଭିଯୁକ୍ତକୁ ନିର୍ଦୋଷରେ  ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ମାମଲାକୁ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe