ପାରିବାରିକ କଳହରୁ ମା'କୁ ହାଣିଲା ପୁଅ, ଅଭିଯୁକ୍ତ ଗିରଫ

ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ, ୬୫ ବର୍ଷୀୟ ବୃଦ୍ଧ ଅଟକ

Daily News

କୋରେଇ : କୋରେଇ ଥାନା ଅନ୍ତର୍ଗତ ଆଲଡ଼ା ଜଳସରପୁର ଗ୍ରାମରେ ପାରିବାରିକ କଳହକୁ ନେଇ ନିଜ ମା'କୁ ଟାଙ୍ଗିଆରେ ପୁଅ ହାଣି ପକାଇଛି। ଗୁରୁତର ମା' ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ କୋରେଇ ଥାନାରେ ଅଭିଯୋଗ ହେବାପରେ କେସ୍‌ ନମ୍ବର ୧୪୭/୨୧ରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ଅଭିଯୋଗ ମୁତାବକ, ଜଳସରପୁର ଗ୍ରାମର ଧରଣୀଧର ବେହେରାଙ୍କ ପୁଅ ତପନ (୩୦) ଘରେ ବାରମ୍ବାର ପାଟିତୁଣ୍ତ କରୁଥିଲା। ଗତକାଲି ରାତିରେ କୌଣସି କାରଣକୁ ନେଇ ତପନ ବାପା ଧରଣୀଧର ଓ ମା' ଶାନ୍ତିଲତାଙ୍କ ସହ ଝଗଡ଼ା କରିଥିଲା। ଉତ୍ୟକ୍ତ ତପନ ଏକ ଟାଙ୍ଗିଆ ଧରି ବାପା, ମା'ଙ୍କୁ ହାଣିବାକୁ ଗୋଡ଼ାଇଥିଲା। ଧରଣୀଧର ଜୀବନ ବିକଳରେ ଦୌଡ଼ି ପଳାଇଥିବା ବେଳେ ତପନ ଶାନ୍ତିଲତାଙ୍କ ମୁଣ୍ତକୁ ହାଣି ଦେଇଥିଲା। ଫଳରେ ଗୁରୁତର ଆହତ ହୋଇଥିବା ଶାନ୍ତିଲତାଙ୍କୁ ପଡ଼ୋଶୀମାନେ ପ୍ରଥମେ କୋରେଇ ଗୋଷ୍ଠୀ ‌ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଶାନ୍ତିଲତାଙ୍କ ଝିଅ ଶ୍ରୀମତୀ ବେହେରା କୋରେଇ ଥାନାରେ ଅଭିଯୋଗ କରିବା ପରେ ଆଜି ପୁଲିସ୍‌ ତପନକୁ ଗିରଫ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କୋରେଇ ଥାନାଧିକାରୀ ରଂଜିତ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe