ଜାମିନରେ ମୁକୁଳିବା ପରେ ଅଭିଯୁକ୍ତ ଦୁଇ ମାସ ଚନ୍ଦକା ଥାନା ପରିସର ସଫେଇ କରିବେ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅଭିଯୁକ୍ତଙ୍କ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ହାଇକୋର୍ଟ ଏକ ଚର୍ଚ୍ଚିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ଥାନା ପରିସର ସଫେଇ ଓ ଶହେ ଚାରା ରୋପଣ ଭଳି ସର୍ତ୍ତ ଧାର୍ଯ୍ୟ କରିଛନ୍ତି...

Accused to clean Chandaka police station premises for two months after being released on bail: High Court orders

Accused to clean Chandaka police station premises for two months after being released on bail: High Court orders Photograph: (sambad.in)

କଟକ: ଅଭିଯୁକ୍ତଙ୍କ ଭିତରେ ସୁଧାର ଓ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ହାଇକୋର୍ଟ ଏକ ଚର୍ଚ୍ଚିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହିତ ଥାନା ପରିସର ସଫେଇ ଓ ଶହେ ଚାରା ରୋପଣ ଭଳି ସର୍ତ୍ତ ଧାର୍ଯ୍ୟ କରିଛନ୍ତି।

ଜାମିନରେ ଜେଲରୁ ମୁକୁଳିବା ପରେ ଆବେଦନକାରୀ ଦୁଇ ମାସ ଚନ୍ଦକା ଥାନା ପରିସରର ସଫେଇ କାର୍ଯ୍ୟ କରିବେ। ଥାନା ପରିସର  ସଫେଇ ପାଇଁ ଆବେଦନକାରୀଙ୍କୁ ସୁଯୋଗ ଦେଇ ଚନ୍ଦକା ଥାନା ଆଇଆଇସି ଆବଶ୍ୟକ ବ୍ୟବସ୍ଥା କରିବେ। ଯାହା ଦ୍ବାରା ସକାଳ ବେ‌ଳା ଆବେଦନକାରୀ ଚନ୍ଦକା ଥାନା ପରିସରରେ ସଫେଇ କାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି।

ଏଥି ସହିତ ନିଜ ଗ୍ରାମ ନିକଟ ଅଞ୍ଚଳରେ ୧ଶହ ଆମ୍ବ, ନିମ, ତେନ୍ତୁଳି ଭଳି ଚାରା ଆବେଦନକାରୀ ରୋପଣ କରିବେ। ଆଗାମୀ ‌ମୌସୁମୀରେ ଆବେଦନକାରୀ ଏହି ଗଛ ସରକାରୀ ଜମି/ ଗୋଷ୍ଠୀ/ ଘରୋଇ ଜମିରେ ଲଗାଇବେ। ଯଦି ଜମି ଉପଲବ୍ଧ ନ ହୁଏ ତେବେ ଚାରା ରୋପଣ ପାଇଁ ଆବଶ୍ୟକ ଜମି ଚିହ୍ନଟ ପ୍ରସଙ୍ଗରେ ରାଜସ୍ବ କର୍ତ୍ତୃପକ୍ଷ ସହାୟତା କରିବେ।

ଜିଲ୍ଲା ନର୍ସରି/ଡିଏଫଓ ଚାରା ଯୋଗାଇବା ପ୍ରସଂଗରେ ସହଯୋଗ କରିବେ। ଆବେଦନକାରୀ ଚାରା ରୋପଣ କରିଲେ କି ନାହିଁ ତାହା ସଂପୃକ୍ତ ଥାନା ଆଇଆଇସି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ସହିତ ସମନ୍ବୟ ରଖି ତଦାରଖ କରିବେ। ଚାରା ରୋପଣ ସହିତ ଏହି ସବୁ ଚାରାର ଦୁଇ ବର୍ଷ ପର୍ଯ୍ୟନ୍ତ ଯତ୍ନ ନେବା ପ୍ରସଂଗରେ ଆବେଦନକାରୀ ସ୍ଥାନୀୟ ଥାନାରେ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ସେହିପରି ଆବେଦନକାରୀ ପ୍ରତି ସୋମବାର ଦିନ ୧୦ଟା ରୁ ୧ଟା ମଧ୍ୟରେ ସ୍ଥାନୀୟ ଥାନାରେ ହାଜର ହେବେ। ଜାମିନରେ ଥିବା ବେଳେ କୌଣସି ଅପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି ଜାମିନ ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ଆବେଦନକାରୀଙ୍କ ଜାମିନ ବାତିଲ ହେବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ: ‘ଅପରେସନ ସିନ୍ଦୂର’ମହଙ୍ଗା ପଡ଼ିଲା: ଯାହା ଚିନ୍ତା କରାଯାଇ ନଥିଲା ତାହା ଘଟିଲା, ଜାଣନ୍ତୁ...

ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଟୁଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଇନଫୋସିଟି ଥାନାରେ ରୁଜୁ ମାମଲାରେ ଆବେଦନକାରୀଙ୍କୁ ଗିରଫ କରାଯାଇଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଅଧିକ ପଢ଼ନ୍ତୁ: ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବିରେ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ତାଲା

high court | Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe