ଦମ୍ପତିଙ୍କୁ ପ୍ରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା

Advertisment
ମଠ ବାବାଜିକୁ ୧୦ ବର୍ଷ ଜେଲ

ବାରିପଦା : ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ପ୍ରଣାନ୍ତକ ଆକ୍ରମଣ କରିବା ମାମଲାର ବିଚାର କରି ଆଜି ବାରିପଦା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରବୀର୍ କୁମାର ଚୌଧୁରୀ ଦୋଷୀ ସାବ୍ୟସ୍ତ ଗୟା ଦେହୁରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିବା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୩ ମସିହା ଡିସେମ୍ବର ୨୦ ତାରିଖ ଅପରାହ୍ନ ୪ଟା ୩୦ରେ ଶୁଳିଆପଦା ଥାନା କଳିଆସ ଗାଁର ଗୟା, ସେହି ଗାଁର ଅଜୟଙ୍କୁ କଟୁରିରେ ହାଣିବାକୁ ଉଦ୍ୟମ କରିଥିଲା। ଏହାକୁ ଅଜୟଙ୍କ ପତ୍ନୀ ମାନି ବାରଣ କରିଥିଲେ। ତେବେ ଗୟା କିଛି ଶୁଣି ନଥିଲା। କଟୁରିରେ ଅଜୟଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଆଉ ମାନିଙ୍କୁ ମଧ୍ୟ କଟୁରିରେ ୨ରୁ ୩ ଚୋଟ ମାରିବାରୁ ସେ ଗୁରୁତର ଆହତ ହୋଇ ଥିଲେ। ଏ ନେଇ ମାନିଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ଗୟାକୁ ଗିରଫ କରିଥିଲା। ସେହିଦିନଠୁ ଗୟା ବାରିପଦା ଜେଲରେ ବିଚାରଧୀନ ବନ୍ଦୀ ଭାବେ ରହିଛି। ସରକାରଙ୍କ ପକ୍ଷରୁ ଆପ କ୍ରିଷ୍ଣ ଚନ୍ଦ୍ର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe