ଏସିଏଫ୍‌ ମୃତ୍ୟୁ ମାମଲା: ପାରଳା କୋର୍ଟରେ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ

Advertisment
୨୧ର ଚର୍ଚ୍ଚିତ ଏକୋଇଶି: ଭାରି ପଡ଼ିଛନ୍ତି ସହଯୋଗୀ

ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ୍‌ ପାରଳାଖେମୁଣ୍ଡି ଏସ୍‌ଡିଜେମ୍‌ଙ୍କ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ କେସ୍‌ ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚ୍‌ ଡିଏସ୍‌ପି ଜ୍ଞାନରଞ୍ଜନ ମିଶ୍ର କୋର୍ଟରେ ଏହି ମାମଲା ନେଇ ୩ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ସୂଚନା ଦେଇଛନ୍ତି। ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁ ଲାଗିବା ପରେ ଏହାକୁ ଲିଭାଇବା ପାଇଁ କିମ୍ବା ତ୍ବରିତ ପଦକ୍ଷେପ ନେବା, ପାଣି ପକାଇବା ପାଇଁ ତାଙ୍କ ପତ୍ନୀ ପ୍ରୟାସ କରିନଥିଲେ। ଏପରି ଅବହେଳା ଯୋଗୁଁ କିରାସିନିରେ ପୋଡ଼ି ଯାଇଥିବା ଏସିଏଫ୍‌ ସୌମ୍ୟାରଞ୍ଜନଙ୍କ ଶରୀର ୯୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା। ଏପରି ଅଘଟଣ ପାଇଁ କେବଳ ବିଦ୍ୟାଭାରତୀ ହିଁ ଦାୟୀ ବୋଲି କ୍ରାଇମବ୍ରାଞ୍ଚ୍‌ ଅନୁସନ୍ଧାନ ବେଳେ ଜାଣି ପାରିଥିଲା ବୋଲି ତଦନ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe