ଏସିଏଫ୍‌ଙ୍କ ରହସ୍ୟଜନକ ମୃତ୍ୟୁ: ଶରୀରରେ କିରାସିନି ଗନ୍ଧ

୯୫% ଜଳିଯିବାରୁ ମୃତ୍ୟୁ ଘଟିଥିଲା, ପାକସ୍ଥଳୀ ସମ୍ପୂର୍ଣ୍ଣ ଖାଲି ଥିଲା

୨୧ର ଚର୍ଚ୍ଚିତ ଏକୋଇଶି: ଭାରି ପଡ଼ିଛନ୍ତି ସହଯୋଗୀ

କଟକ/ପାରଳାଖେମୁଣ୍ଡି : ଜଳିଯାଇ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କର ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ୍‌ର ୬ ଘଣ୍ଟା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା, ଶରୀରର ୯୫ ପ୍ରତିଶତ ଜଳିଥିଲା। ଏଥିସହ ଶରୀରରୁ କିରାସିନି ଗନ୍ଧ ମଧ୍ୟ ମିଳିଥିଲା। ସୌମ୍ୟରଞ୍ଜନଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଏହିଭଳି ତଥ୍ୟ ସାମ୍‌ନାକୁ ଆସିଛି। ସୋମବାର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବାପରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ କଟକ ମର୍କତନଗର ଥାନା ପୁଲିସ୍‌ ଏହାର କପି ପ୍ରଦାନ କରିଛି ।

ନିୟମ ଅନୁଯାୟୀ ବି ପୁଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟ‌ବଚ୍ଛେଦ ରିପୋର୍ଟ ଭିତ୍ତିରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସିଡିଏର ଅଶ୍ବିନୀ ହସ୍ପିଟାଲରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ମେଡିକାଲରେ ତାଙ୍କର ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ଯାଇଥିଲା। ଶବରୁ କିରୋସିନ୍ ଗନ୍ଧ ଆସୁଥିଲା। ମୃତ୍ୟୁ ବେଳେ ତାଙ୍କର ପାକସ୍ଥଳୀ ସମ୍ପୂର୍ଣ୍ଣ ଖାଲି ଥିଲା ଓ ସେଥିରୁ କୌଣସି ଦୁର୍ଗନ୍ଧ ବାହାରୁନଥିଲା। ମୁଣ୍ଡ ଓ ଶରୀରର ଚୁଟି ପୋଡ଼ି ଯାଇଥିଲା। ଖପୁରିର ଡାହାଣ ପଟ ଓ ପଛରେ କେତେକ ଜାଗାରେ ଚର୍ମ ଅକ୍ଷତ ଥିଲା ଏବଂ କେତେକ ସ୍ଥାନର ନାଲି ପ୍ୟାଚ୍ ସୃଷ୍ଟି ହୋଇଥିଲା। ସୌମ୍ୟରଂଜନଙ୍କ ଶରୀରରେ କିରାସିନି ନିଆଁକୁ ବ୍ୟାପିବାରେ ସହାୟକ ହୋଇଥିବାବେଳେ ଡିଆସିଲି, ଦୀପ ଶିଖା ଅଥବା ମହମବତି ଶିଖାରୁ ନିଆଁ ଧରିଛି। ତାହାକୁ କୌଣସି ଗ୍ୟାସ୍ ନିଆଁ ନୁହେଁ ବୋଲି ଜଣେ ବିଶେଷଜ୍ଞ ମତ ଦେଇଛନ୍ତି।

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପରେ ମର୍କତନଗର ଥାନାରେ ଗଲା ୧୩ ତାରିଖରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଆଜି ଏହି ରିପୋର୍ଟକୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଓ ଭାଇ ମର୍କତନଗର ଥାନାରୁ ନେଇଛନ୍ତି। ସୌମ୍ୟଙ୍କ ବାପା ଅଭିରାମ କହିଛନ୍ତି ଯେ ତାଙ୍କୁ ନ୍ୟାୟ ଦରକାର। ଦରକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସେମାନେ ଅନଶନ କରିବେ। ହାଇକୋର୍ଟର ଆଶ୍ରୟ ନେବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ସୌମ୍ୟରଞ୍ଜନଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ସହ କିଛି ପୁରୁଷ ବନ୍ଧୁଙ୍କ ସମ୍ପର୍କକୁ ନେଇ ଅଭିଯୋଗ ମାନ କରୁଥିବାବେଳେ ପୁଲିସ ବଲାଙ୍ଗୀର ପ୍ରାଣୀଧନ ତାଲିମ କେନ୍ଦ୍ର ହଷ୍ଟେଲରେ ତଦନ୍ତ ବେଳେ ଏହି ମର୍ମରେ କିଛି ଗୁରୁତ୍ବପୂର୍ଣ ସୁରାକ ପାଇଥିବା କୁହାଯାଇଛି। ତେଣୁ ପୁଲିସ ବିଦ୍ୟାଭାରତୀଙ୍କ ସମ୍ପର୍କରେ ଥିବା ଦୁଇ ପୁରୁଷ ବନ୍ଧୁଙ୍କୁ ଏବେ ତଦନ୍ତ ପରିସରଭୁକ୍ତ କରିପାରେ ବୋଲି ଶୁଣିବାକୁ ମିଳୁଛି। ଏହି ଦୁଇ ଜଣଙ୍କୁ ପୁଲିସ ଚିହ୍ନଟ କରି ସାରିଥିବା କୁହାଯାଉଛି। ତେଣୁ ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କୁ ଡକାଇ ଜେରା କରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe