ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଏବେ ‌ବୈଷୟିକ ତଦନ୍ତକୁ ଅପେକ୍ଷା

ଆଉ ଦୁଇଦିନ ପରେ ଅବସର ନେବେ ଏସ୍‌.ପି, ତଦନ୍ତ ଅଗ୍ରଗତି ନେଇ ସନ୍ଦେହ

୨୧ର ଚର୍ଚ୍ଚିତ ଏକୋଇଶି: ଭାରି ପଡ଼ିଛନ୍ତି ସହଯୋଗୀ

ପାରଳାଖେମୁଣ୍ତି : ଯୁବ ଏସିଏଫ୍ ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପାରଳା ପୁଲିସର ପ୍ରାଥମିକ ତଦନ୍ତ ସରିଛି। ପୁଲିସ୍‌କୁ କୌଣସି ଠୋସ୍‌ ପ୍ରମାଣ ମିଳିନଥିବାବେଳେ ଏବେ ବୈଷୟିକ ତଦନ୍ତକୁ ଭରସା କରାଯାଇଛି। ତେବେ, ବୈଷୟିକ ତଦନ୍ତକୁ ୩ ମାସ ଲାଗି ବୋଲି ଆକଳନ କରାଯାଇଛି। ଅର୍ଥାତ୍‌ , କିଛିଦିନ ଧରି ଚର୍ଚ୍ଚାରେ ରହିଥିବା ଏହିଭଳି ଘଟଣା ପଛର ପ୍ରକୃତ ରହସ୍ୟ ଏବେ ଉନ୍ମୋଚନ ହେବାର ଆଶା କ୍ଷୀଣ ବୋଲି କୁହାଯାଉଛି।

ସୂଚନା ଅନୁସା‌ରେ, ଯେଉଁ ପ୍ରାଥମିକ ତଦନ୍ତ ସରିଛି ସେଥରୁ ପୁଲିସ୍‌କୁ ସେମିତି କିଛି ଠୋସ୍‌ ପ୍ରମାଣ ମିଳିପାରି ନାହିଁ। ଏହି ରହସ୍ୟଜନକ ମୃତ୍ୟୁ ଏକ ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟା, ଏଯାଏ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ ପୁଲିସ । ଏ ପର୍ଯ୍ୟନ୍ତ ତଦନ୍ତରୁ ପୁଲିସ ଏହାକୁ ଦୁର୍ଘଟଣାଜନିତ ବୋଲି କହିଥିବାବେଳେ ପରିବାର ଲୋକେ ଏହାକୁ ଏକ ହତ୍ୟା ଘଟଣା ଦର୍ଶାଇ ତିନି ଜଣଙ୍କ ନାମରେ ଆଣିଥିବା ଅଭିଯୋଗରେ ଦୃଢ଼ ଅଛନ୍ତି। ଏହି ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ ୬ ଜଣଙ୍କୁ ଜେରା କରିବା ସହ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ୍‌ ମଧ୍ୟ ଛାନଭିନ୍‌ କରିଛି। ହେଲେ ପ୍ରାଥମିକ ତଦନ୍ତରୁ କୌଣସି ବଳିଷ୍ଠ ପ୍ରମାଣ ପାଇପାରିନାହିଁ। ଫଳରେ, ଏବେ ତଦନ୍ତରେ ସହାୟତା କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌ ଓ ପୁଲିସ୍‌ ବୈଷୟିକ ଦିଗକୁ ‌ଧ୍ୟାନ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ସାରିଥିବାବେଳେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ବୈଷୟିକ ତଦନ୍ତ ଚଳାଇଛି ପୁଲିସ। ବୈଷୟିକ ତଥ୍ୟକୁ ଆଧାର କରି ତଦନ୍ତ ଶେଷକରି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ଆହୁରି ୩ ମାସ ଲାଗିପାରେ ବୋଲି ପାରଳା ଏସ୍‌ଡିପିଓ ରାମକୃଷ୍ଣ ପତି ଆଜି ‘ସମ୍ବାଦ’କୁ କହିଛନ୍ତି। ଏହି ଘଟଣାର ଗୁରୁତ୍ବ ଦୃଷ୍ଟିରୁ ପ୍ରତ୍ୟକ୍ଷ ଭାବେ କ୍ରାଇମବ୍ରାଞ୍ଚ୍‌ ଡିଆଇଜି ଏ.ଏନ୍.ସିହ୍ନା ଏବ˚ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ତଦାରଖ କରୁଛନ୍ତି।

ଅନ୍ୟପଟେ ଆସନ୍ତା ୩୧ ତାରିଖ ଦିନ ଗଜପତି ଏସ୍‌.ପି ତପନ କୁମାର ପଟ୍ଟନାୟକ ଅବସର ଗ୍ରହଣ କରିବେ। ପାରଳା ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଥିବା ବେଳେ ଏସ୍.ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ପ୍ରକ୍ରିୟା ଚାଲିଛି। ‌ତେ ମାତ୍ର ଦୁଇଦିନ ଭିତରେ ଏସ୍.ପିଙ୍କ ଅବସର ନେବା ଭିତରେ ମାମଲା ତଦନ୍ତର ଅଗ୍ରଗତି ବିଶେଷ ଆଶାନାହିଁ। ବୈଷୟିକ ରିପୋର୍ଟର ସମସ୍ତ ତଥ୍ୟ ଆସିବା ପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe