ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟିଲା ପରଦା, ବିଦ୍ୟାଭାରତୀଙ୍କ ଉପରେ ଲାଗିଲା ଦଫା

Advertisment

ହତ୍ୟା ନୁହେଁ ଏକ ଦୁର୍ଘଟଣା

ହତ୍ୟା ନୁହେଁ ଏକ ଦୁର୍ଘଟଣା

ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ହଟିଲା ପରଦା, ବିଦ୍ୟାଭାରତୀଙ୍କ ଉପରେ ଲାଗିଲା ଦଫା

ଗଜପତି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି । ଏହି ମାମଲାରେ ଶେଷ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଉ ତଦନ୍ତ ଶେଷ ହେବା ପରେ ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିହେବ ନାହିଁ । ଏହା ହେଉଛି ଏକ ଦୁର୍ଘଟଣା । ତେବେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରିଥିଲା । ତିନି ସନ୍ଦିଗ୍ଧଙ୍କର ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ ହୋଇଥିଲା । ଏହି ଟେଷ୍ଟ ପରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍ ଚିଟ୍ ମିଳିଛି । ସେହିପରି ଅନ୍ୟ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ମଧ୍ୟ ନିର୍ଦ୍ଦୋଷ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

publive-image

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ କିନ୍ତୁ ନିଜ ସ୍ୱାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନଥିଲେ କି ସଠିକ୍ ପରିମାଣରେ ତାଙ୍କ ଉପରେ ପାଣି ଢାଳି ନଥିଲେ ବୋଲି ତଦନ୍ତ ପରେ ଜଣାପଡିଛି । ତେଣୁ ନିଜ ସ୍ୱାମୀଙ୍କୁ ଜାଣିଶୁଣି ସେ ପୋଡି ହେଉଥିବାର ଦେଖିଥିଲେ । ଏହି କାରଣରୁ ତାଙ୍କ ବିରୋଧରେ ଆଇପିସିର ଧାରା ୨୮୫,୩୦୪ (ଏ) ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁଲାଗି ସେ ପ୍ରାଣ ହରାଇଥିଲେ । ସେତେବେଳେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଆଗକୁ ବଢିଥିଲା । ତେବେ ସମସ୍ତ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଏହି ମାମଲାରେ ଡିଏଫଓଙ୍କୁ କ୍ଲିନ୍ ଚିଟ୍ ମିଳିବା ସହିତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ବିରୋଧରେ ଦଫା ଲଗାଇଛି କ୍ରାଇମବ୍ରାଞ୍ଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe