ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ପରିବାରକୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ପରିବାରକୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ଖଇରା ବନ୍ଦ

ଖଇରା : ପାରଳାଖେମୁଣ୍ଡି ଯୁବ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୫୮ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇରହିଛନ୍ତି ପରିବାର ଲୋକେ। ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ଦାବିରେ ଖଇରା ନାଗରିକ ମଞ୍ଚ ପକ୍ଷରୁ ଜାରି ରହିଛି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖଇରା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ନ ହେବା ଓ ଏଯାଏଁ ଦୋଷୀ ଚିହ୍ନଟ ନ ହେବାକୁ ନେଇ ଏହି ଅଞ୍ଚରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

publive-image

ଗଜପତି ପୁଲିସର ତଦନ୍ତପରେ ମାମଲାର ତଦନ୍ତଭାର କ୍ରାମବ୍ରାଞ୍ଚ ହାତକୁ ହସ୍ତାନ୍ତର କରାଯିବା ପରେ କ୍ରାଇମବ୍ରାଞ୍ଚ ଏ ଜିଲ୍ଲାରୁ ସେ ଜିଲ୍ଲା ବୁଲି ବୁଲି ବୟାନ ରେକର୍ଡ କରିଛି। ହେଲେ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇବାରେ ଅସଫଳ ହୋଇପଡ଼ିଛି । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ସିଧାସଳଖ ଡିଏଫଓ, ପତ୍ନୀ ବିଦ୍ୟାଭାରତୀ ଏବଂ ରୋଷେୟାଙ୍କ ସମ୍ପୃକ୍ତି ଥିବା  ନେଇ ଅଭିଯୋଗ କରିବା ପରେ ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନି ତଦନ୍ତକାରୀ ଟିମ୍। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାବେଳେ ରହସ୍ୟର ଅଡୁଆ ସୂତା ଛନ୍ଦି ହେବାରେ ଲାଗିଛି। ଏଥିପାଇଁ ଆଜି ଖଇରା ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏସିଏଫ୍ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁରେ ସମ୍ପୃକ୍ତ ଦୋଷୀଙ୍କୁ ତୁରନ୍ତ ଦଣ୍ଡବିଧାନ ଦାବିରେ ଆଜି  ଖଇରା ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ, କୃଷକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅଞ୍ଚଳର ଯୁବକମାନେ ଖଇରା ବଜାରକୁ ୬ଘଣ୍ଟାପାଇଁ ବନ୍ଦ ଡାକରା ଦେଇଛନ୍ତି। ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ, ଅଫିସ ଏବଂ ସୋର-କୁପାରୀ ରାଜ୍ୟରାଜପଥକୁ ବନ୍ଦ କରିଛନ୍ତି।

publive-image

ଆଗାମୀ ଦିନରେ ଯଦି ତୁରନ୍ତ ଦୋଷୀମାନଙ୍କୁ ଗିରଫ କରାନଯାଏ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ୨ମାସ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଦୋଷୀମାନଙ୍କୁ ଏପର୍ଯ୍ୟନ୍ତ  ଗିରଫ କରାଯାଇନାହିଁ।ଏନେଇ ଖଇରା ଅଞ୍ଚଳବାସୀ ପୂର୍ବରୁ ଏକ ବୈଠକ କରି ନ୍ୟାୟ ନମିଳିଲେ ଆଜି ୬ଘଣ୍ଟିଆ ଖଇରା ବନ୍ଦ ପାଇଁ ଚେତାବନୀ ଦେଇଥିଲେ। ପୂର୍ବ ଚେତାବନୀ ଅନୁଯାୟୀ ଆଜି ସକାଳ ୬ଟାରୁ ବ୍ଲକ ଛକ ନିକଟରେ ରାସ୍ତା ଅବରୋଧ କରି ବସିରହିଛନ୍ତି। ଘଟଣା ସ୍ଥଳରେ ଖଇରା ପୁଲିସ ତରଫରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe