ବଦଳୁନି ଆଚାର୍ଯ୍ୟ ହରିହର ପାଠାଗାରର ସ୍ଥିତି : ଏବେ ବି ଆଣ୍ଠୁଏ ପାଣି ଭିତରେ ପାଠାଗାରଟି ବୁଡ଼ି ରହିଥିବାବେଳେ ମୂଲ୍ୟବାନ ପୁସ୍ତକ, ପୋଥି ସେହିଭଳି ପାଣି ଭିତରେ ପଡ଼ିରହିଛି

Advertisment
ବଦଳୁନି ଆଚାର୍ଯ୍ୟ ହରିହର ପାଠାଗାରର ସ୍ଥିତି : ଏବେ ବି ଆଣ୍ଠୁଏ ପାଣି ଭିତରେ ପାଠାଗାରଟି ବୁଡ଼ି ରହିଥିବାବେଳେ ମୂଲ୍ୟବାନ ପୁସ୍ତକ, ପୋଥି ସେହିଭଳି ପାଣି ଭିତରେ ପଡ଼ିରହିଛି

ପୁରୀ : ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ତଳେ ଥିବା ଆଚାର୍ଯ୍ୟ ହରିହର ପାଠାଗାରର ସ୍ଥିତି ଏବେ ସୁଦ୍ଧା ବି ବଦଳିନି। ପୂର୍ବଭଳି ଏବେ ବି ଆଣ୍ଠୁଏ ପାଣି ଭିତରେ ପାଠାଗାରଟି ବୁଡ଼ି ରହିଥିବାବେଳେ ମୂଲ୍ୟବାନ ପୁସ୍ତକ, ପୋଥି ସେହିଭଳି ପାଣି ଭିତରେ ପଡ଼ିରହିଛି। ଯାହା ପ୍ରଶାସନର ଦାୟିତ୍ବହୀନତାକୁ ପଦାରେ ପକାଇଛି।

ପୌରସଂସ୍ଥା ଅଧୀନରେ ଏହି ପାଠାଗାର ଥିବାବେଳେ ବର୍ତ୍ତମାନ ଜିଲ୍ଲାପାଳ ପୌରସଂସ୍ଥାର ମୁଖ୍ୟ ଅଛନ୍ତି। ତେବେ ଏଥି ପ୍ରତି ଗୁରୁତ୍ବ ଦିଆଯାଉ ନାହିଁ । ୧୯୭୪ ମସିହାରେ ଆରମ୍ଭ ହୋଇଥିବା ଏହି ପାଠାଗାର ଅନେକ ସ୍ମୃତି ଜାବୁଡ଼ି ରଖିଛି। ଚାଳଘରୁ ଆରମ୍ଭ ହୋଇଥିବା ପାଠାଗାରଟି କ୍ରମେ କୋଠାଘରକୁ ଆସିଥିଲା। ସମୟର ପରିବର୍ତ୍ତନ ସହ ଏହା ଦୁର୍ଦ୍ଦିନ ଭିତରକୁ ଚାଲିଯାଇଛି। ଯେତେବେଳେ ମୁକ୍ତାକାଶ ରଙ୍ଗମଞ୍ଚ ଗଢ଼ାଗଲା, ସେ ସମୟରେ ଏହି ପାଠାଗାରର ପୁରୁଣା ଘରକୁ ଭାଙ୍ଗି ଦିଆଗଲା। ପାଠାଗାର ଜାଗାରେ ମୁକ୍ତାକାଶ ରଙ୍ଗମଞ୍ଚ ତଳେ ତିଆରି ହୋଇଥିବା କୋଠାରେ ମଞ୍ଚର ପୋଷାକ ବଦଳା ଗୃହ ସହ ପାଠାଗାରର ବ୍ୟବସ୍ଥା କରାଗଲା। କିନ୍ତୁ କାଳକ୍ରମେ ଏହି ପାଠାଗାର ଧ୍ବଂସାଭିମୁଖୀ ହୋଇଛି।

ଫନି ପର ଠାରୁ ଏଠାରେ ପାଣି ଜମି ରହିବା ସହ ଏହାର ପୁନରୁଦ୍ଧାର ଦିଗରେ ସାମାନ୍ୟତମ ପଦକ୍ଷେପ ନିଆଯାଇନାହିଁ। ଯେଉଁଥି ପାଇଁ ଦୀର୍ଘଦିନ ହେବ ଏଠାରେ ତାଲା ଝୁଲୁଛି। ସେପଟେ ଚଳପ୍ରଚଳ କମ ଯୋଗୁଁ ରାତି ଗଡ଼ି‌ଲେ ଏଠାରେ ନିଶାଡ଼ିଙ୍କ ଭିଡ଼ ଜମୁଛି। ଏ ସଂପର୍କରେ ଦୁଇଦିନ ତଳେ ଆମେ ପୌରସଂସ୍ଥାର ଦୃଷ୍ଟି ଆକର୍ଷଣ କରିଥିଲୁ। ନିଜେ ପୌର ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ଏଠାରୁ ପାଣି ନିଷ୍କାସନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ ପଦକ୍ଷେପ ନିଆନଯିବା ପାଠାଗାରର ସୁରକ୍ଷା ଦିଗରେ ପ୍ରଶାସନ କେତେ ତତ୍ପର, ତାକୁ ପଦାରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe