ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୬୮୦ ରାଙ୍କ ରଖି କୃତକାର୍ଯ୍ୟ ହେଲେ ଶୁଭସ୍ନିଗ୍ଧା

ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ୬୮୦ ରାଙ୍କ ରଖି କୃତକାର୍ଯ୍ୟ ହେଲେ ଶୁଭସ୍ନିଗ୍ଧା

ନୟାଗଡ଼: ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ୨୦୨୨ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ଏଥିରେ ସାରାଦେଶ‌ରେ ମୋଟ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଶୁଭସ୍ନିଗ୍ଧା ସେଠୀ ୬୮୦ ରୢାଙ୍କ୍‌ ରଖି କୃତକାର୍ଯ୍ୟ ହୋଇଛନ୍ତି। ଚତୁର୍ଥଥର ଉଦ୍ୟମ‌ରେ ସେ ଏଭଳି ସଫଳତା ପାଇଥିବା କହିଛନ୍ତି।

୨୦୧୮ରେ ଶୁଭସ୍ନିଗ୍ଧା ଓଏଏସ୍‌ ପାଇବା ପରେ ୨୦୨୦ରେ ନୟାଗଡ଼ ଉପଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ଶୁଭସ୍ନିଗ୍ଧା କହିଛନ୍ତି, ଅଫିସ୍‌ କାର୍ଯ୍ୟ ପାଇଁ ୟୁପିଏସ୍‌ସି ପରୀକ୍ଷା ନେଇ ପ୍ରସ୍ତୁତିରେ ଟିକିଏ ସମସ୍ୟା ଥିଲେ ମଧ୍ୟ ପୂର୍ବବର୍ଷଗୁଡ଼ିକର ପ୍ରସ୍ତୁତି ଏଥିରେ ତାଙ୍କୁ ବିଶେଷ ସହାୟକ ହୋଇଥିଲା। ଅଫିସ୍‌ର ସହକର୍ମୀଙ୍କଠାରୁ ବି ତାଙ୍କୁ ସହଯୋଗ ମିଳିଥିଲା। ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନଚନ୍ଦ୍ର ରାୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସଚନ୍ଦ୍ର ରାୟ ତାଙ୍କୁ ଉତ୍ସାହିତ କରିଥିବା କହିଛନ୍ତି। ଶୁଭସ୍ନିଗ୍ଧା ଭୁବନେଶ୍ବର ପୋଖରୀପୁଟର ଦୈତାରୀ ସେଠୀ ଓ ସଂଘମିତ୍ରାଙ୍କ ଝିଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe