କଳା ଓ ଧନ୍ଦାମୂଳକ ବିଜ୍ଞାନରେ ଏଫ୍‌ଏମ୍‌ କନିଷ୍ଠ ମହାବିଦ୍ୟାଳୟର ସଫଳତା

Advertisment
କଳା ଓ ଧନ୍ଦାମୂଳକ ବିଜ୍ଞାନରେ ଏଫ୍‌ଏମ୍‌ କନିଷ୍ଠ ମହାବିଦ୍ୟାଳୟର ସଫଳତା

Shiksha

ବାଲେଶ୍ବର: ଚଳିତ ବର୍ଷ ପ୍ରକାଶିତ ଯୁକ୍ତଦୁଇ କଳା ଓ ଧନ୍ଦା ମୂଳକ ବିଜ୍ଞାନ ପରୀକ୍ଷାରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ମହାବିଦ୍ୟାଳୟର ମୋଟ ୩୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ କରିଛନ୍ତି। ୨୪୧ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ, ୮୯ ଜଣ ଦ୍ବିତୀୟ ସ୍ଥାନ ଓ ୩୫ ଜଣ ତୃତୀୟ ସ୍ଥାନରେ ପାସ୍‌ କରିଛନ୍ତି। ଛାତ୍ରୀ ପ୍ରେରଣା ଦାସ ୯୩ ପ୍ରତିଶତ(୫୫୮) ନମ୍ବର ରଖି ରାଜ୍ୟର ଶ୍ରେଷ୍ଠ ୧୦ ଜଣ ତାଲିକାରେ ରହିବା ସହିତ ଉତ୍ତର ଓଡ଼ିଶା ଟପର୍‌ ହୋଇଛନ୍ତି।

ସେହିପରି ଲିପ୍ସା ସାହୁ ୫୪୬ ଓ ଅଭିଲିପ୍ସା ସିଅଳ ୫୪୬, ରିଷି ଖଣ୍ଡେଲୱାଲ ୫୪୪ ଓ ସ୍ମୃତି ଦାସ ୫୪୪, ଦୁଷ୍ମନ୍ତ ନାୟକ ୫୪୩ ଓ ଗାୟତ୍ରୀ ରାଉତ ୫୪୨ ନମ୍ବର ରଖି ରାଜ୍ୟସ୍ତରରେ ଶ୍ରେଷ୍ଠ ୨୦ ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଧନ୍ଦାମୂଳକ ବିଜ୍ଞାନ ପରୀକ୍ଷାରେ ୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ଵିତୀୟ ଶ୍ରେଣୀରେ ୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୋନାଲି ବେହେରା କଲେଜ ଟପର୍‌ ହେଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା, ପ୍ରଶାସନିକ ଅଧିକାରୀ ଡ.ସନ୍ତୋଷ କୁମାର ରାଉତ, ଡ.ମିନତୀ ମହାନ୍ତି, ଡ.ଭାଗବତ ଭୂୟାଁଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, ମୁଖ୍ୟ କିରାଣୀ ବଳରାମ ନାଏକ ଓ ଅନ୍ୟାନ୍ୟ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଉତ୍ତର ଓଡ଼ିଶା ଟପର୍‌:ଇଂରାଜୀ ଅଧ୍ୟାପିକା ହେବ‌େ ପ୍ରେରଣା

publive-image

ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ ଯୁକ୍ତଦୁଇ କଳା ପରୀକ୍ଷାରେ ଉତ୍ତର ଓଡ଼ିଶା ଟପର୍‌ ହୋଇଛନ୍ତି ପ୍ରେରଣା ଦାସ। ଆଜିମାବାଦ ଅଞ୍ଚଳର ବାପା ନିମାଇ ଚରଣ ଦାସ ଓ ମା’ ଚିନ୍ମୟ ପରିଡ଼ାଙ୍କ ସାନଝିଅ ହେଉଛନ୍ତି ପ୍ରେରଣା। ଦିନକୁ ପ୍ରେରଣା ୬ରୁ ୭ ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ୟତରେ ଇଂରାଜୀ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରେରଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe