କଲରାବାଙ୍କରୁ କନ୍ଧମାଳ ବିଜୟ; ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ପ୍ରତି ପ୍ରାଥମିକତା : ଅଚ୍ୟୁତ

Advertisment
କଲରାବାଙ୍କରୁ କନ୍ଧମାଳ ବିଜୟ; ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ପ୍ରତି ପ୍ରାଥମିକତା : ଅଚ୍ୟୁତ

ଭୁବନେଶ୍ବର : କନ୍ଧମାଳରେ ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ସହ ଲୋକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଦିଗରେ ପ୍ରାଥମିକତା ଦେବି। କନ୍ଧମାଳରେ ଲୋକଙ୍କ ରୋଜଗାର କ୍ଷମତା ବଢ଼ାଇବା ମୋର ପ୍ରଥମ ଲକ୍ଷ୍ୟ ରହିଛି। ବିଭିନ୍ନ ଉପାୟରେ କନ୍ଧମାଳର ଯୁବକ/ଯୁବତୀମାନଙ୍କ ପାଇଁ କିପରି ରୋଜଗାର ସୃଷ୍ଟି କରାଯାଇପାରିବ ସେ ଦିଗରେ କାମ କରିବି ବୋଲି କହିଛନ୍ତି ଶିକ୍ଷାବିତ୍‌ ତଥା ସମାଜସେବୀ ଅଚ୍ୟୁତ ସାମନ୍ତ। କନ୍ଧମାଳ ଲୋକସଭା ଆସନରୁ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟୀ ହେବା ପରେ ‘କିସ୍‌’ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି ପ୍ରତିକ୍ରିୟା ରଖିଛନ୍ତି। ଜଗତସିଂହପୁର ଜିଲ୍ଲାର କଲରାବାଙ୍କ ଗ୍ରାମରେ ଜନ୍ମ ନେଇଥିବା ଶ୍ରୀ ସାମନ୍ତ ବିଜେଡି ଟିକେଟ୍‌ରେ କନ୍ଧମାଳରୁ ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ଗଣମାଧ୍ୟମରେ ନିଜର ସଫଳତା ସଂପର୍କରେ ମତ ରଖିଥିଲେ। ଏହି ଅବସରେ ସେ କିସ୍ ଆଦିବାସୀ ପିଲାମାନଙ୍କ ସହ ବିଜୟ ଉତ୍ସବ ପାଳନ କରିଥିଲେ। ସେହିପରି କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ସମସ୍ତ ବିଜେଡି କର୍ମୀ, ନେତା ଓ ଜନସାଧାରଣଙ୍କ ଭଲପାଇବା, ଓ ଆଶୀର୍ବାଦ ତାଙ୍କୁ ଏପରି ସଫଳତା ଦେଇଛି ବୋଲି ସେ କହିଛନ୍ତି। ଏହି ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସାମନ୍ତ କହିଲେ, କନ୍ଧମାଳରେ କୃଷି, ଜଳସେଚନ ଏବଂ ପର୍ଯ୍ୟଟନର ବିକାଶ ଦିଗରେ ବିଶେଷ ଧ୍ୟାନ ଦିଆଯିବ। ଏଥି ପାଇଁ ପ୍ରାରମ୍ଭିକ କାମ ଆରମ୍ଭ କରିସାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe