ସାମାନ୍ୟ ବଚସାରୁ ଏସିଡ ମାଡ଼: ୧ ଗୁରୁତର, ୩ ଆହତ

ସାମାନ୍ୟ ବଚସାରୁ ଏସିଡ ମାଡ଼: ୧ ଗୁରୁତର, ୩ ଆହତ

Indiatimes.com

ଜଗତସିଂହପୁର: ପାରଦୀପ ଲକ ଥାନା ଅଧୀନରେ ଥିବା ଶିଳ୍ପାଞ୍ଚଳପଡାରେ ସାମାନ୍ୟ ବଚସାରୁ ଏସିଡ ମାଡ଼ ହୋଇଛି l ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

ପାରାଦୀପଗଡ ଶିଳ୍ପାଞ୍ଚଳପଡାରେ ଗତକାଲି ରାତିରେ ଏକ ତେଲ ଟ୍ୟାଙ୍କର ଦ୍ରୁତ ଗତିରେ ଯିବାରୁ ରାସ୍ତା ଖାଲରେ ଥିବା ପାଣି ଛିଟିକି ଥିଲା, ଯାହାକୁ ବିରୋଧ କରିବା ସହିତ ଧିରେ ଧିରେ ଗାଡି ଚଲାଇବା ପାଇଁ କହିଥିଲେ ନୃସିଂହ ମଙ୍ଗରାଜ। ଏହି ଘଟଣାକୁ ନେଇ ତେଲ ଟ୍ୟାଙ୍କର ଡ୍ରାଇଭର ଓ ସେଠାକାର ଆଉକିଛି ବ୍ୟକ୍ତି ନୃସିଂହଙ୍କୁ ଧକ୍କା ମାରିଥିଲେ। ଘଟଣାସ୍ଥଳରେ ନୃସିଂହଙ୍କ ପୁଅ ଓ ଭାଇମାନେ ଆସି ପହଞ୍ଚିବା ପରେ ଟ୍ୟାଙ୍କର ଡ୍ରାଇଭରଙ୍କ ସମର୍ଥକ ହଠାତ୍ ଏସିଡ୍ ଆଣି ଫୋପାଡିବା ଆରମ୍ଭ କରିଥିଲେ।

ଏଥିରେ ନୃସିଂହଙ୍କ ସାନ ପୁଅ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କ ବଡ ପୁଅ, ଭାଇ ଓ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ଲକ ଥାନା ପୁଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe