ଟ୍ୟୁସନ୍‌ ଫିକୁ ନେଇ ଯୁବକଙ୍କୁ ଏସିଡ୍ ମାଡ଼, ଦମ୍ପତି ଗିରଫ

Advertisment
ଟ୍ୟୁସନ୍‌ ଫିକୁ ନେଇ ଯୁବକଙ୍କୁ ଏସିଡ୍ ମାଡ଼, ଦମ୍ପତି ଗିରଫ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବଡ଼କୋଦଣ୍ଡା ଗ୍ରାମରେ ଜଣେ ଯୁବକଙ୍କୁ ଦମ୍ପତି ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଜଣକ ହେଲେ ତାରିଣୀ ସ୍ବାଇଁ। ଏନେଇ ମାମଲା ରୁଜୁ ସହ ଅଭିଯୁକ୍ତ ଦମ୍ପତି ସୁଶାନ୍ତ ଆଚାରୀ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେଶ ଦାଶ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁସ‌ାରେ, ତାରିଣୀଙ୍କ ଭଉଣୀ ସୁଶାନ୍ତଙ୍କ ଦୁଇ ସନ୍ତାନଙ୍କୁ ଟ୍ୟୁସନ୍ କରୁଥିଲେ। ଗତକାଲି ରାତିରେ ତାରିଣୀଙ୍କ ଭଉଣୀ ୨ମାସର ବକେୟା ଟ୍ୟୁସନ୍ ଫି ମାଗିବାକୁ ସୁଶାନ୍ତଙ୍କ ଘରକୁ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ଜାଣିବା ପରେ ତାରିଣୀ ତାଙ୍କ ଭଉଣୀଙ୍କ ସହ ପୁଣି ସୁଶାନ୍ତଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ସୁଶାନ୍ତ ଓ ତାଙ୍କ ପତ୍ନୀ ମିଶି ସୁନାରୁପା ଅଳଙ୍କାର ସଫେଇ ପାଇଁ ରଖାଯାଇଥିବା ଏସିଡକୁ ତାରିଣୀଙ୍କ ଉପରକୁ ପକାଇଦେଇଥିଲେ। ସୁଶାନ୍ତଙ୍କ ଛାତି ଓ ହାତ ପୋଡ଼ି ଯିବାରୁ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାରିଣୀଙ୍କ ମାଆ ଅନୀତା ସ୍ବାଇଁଙ୍କ ଏତଲା କ୍ରମେ ମାମଲା ରୁଜୁ ସହ ଦମ୍ପତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe