ପୂର୍ବ ନାଏବ ସରପଞ୍ଚଙ୍କୁ ଏସିଡ୍ ମାଡ଼ 

ପୂର୍ବ ନାଏବ ସରପଞ୍ଚଙ୍କୁ ଏସିଡ୍ ମାଡ଼ 

Times of India

ଲଇକେରା: ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକ୍ ଝାରମୁଣ୍ଡା ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସମ୍ପ୍ରତି ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟରେ ପିଅନ ଥିବା ମୋହିନୀ ବାଗ(୩୫)ଙ୍କୁ କେହି ଦୁର୍ବୃତ୍ତ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସ୍କୁଲ ଛୁଟି ହେବା ପରେ ମୋହିନୀ ଏକ ସ୍କୁଟିରେ ନିଜ ଘର ବାଗଡ଼ିହି ସ୍ଥିତ ବରିହାପଡ଼ାକୁ ଫେରୁଥିଲେ। ତେବେ ଜାମକାନି କାଦୋବାହାଲ ଜଙ୍ଗଲ ମଝିରେ ଥିବା ମେଟାକାନି ମନ୍ଦିର ନିକଟରେ ପୂର୍ବରୁ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଛକି ରହିଥିଲେ। ସେ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ତାଙ୍କ ଉପରକୁ ଏସିଡ୍ ଫିଙ୍ଗି ଫେରାର ହୋଇ ଯାଇଥିଲେ।

ଖବର ପାଇ ପରିବାର ଲୋକେ ମୋହିନୀଙ୍କୁ ପ୍ରଥମେ ଝାରସୁଗୁଡାସ୍ଥିତ ସରକାରୀ ଡାକ୍ତରଖାନା ଓ ପରେ ଏକ ବେସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମୋହିନୀ ବାଗ ହେଉଛନ୍ତି ଝାରମୁଣ୍ଡା ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ। ତେବେ ତାଙ୍କ ଶିକ୍ଷକ ସ୍ବାମୀଙ୍କ ମୃତ୍ୟୁପରେ ସେ ଗତ ଜାନୁଆରୀ ୯ ତାରିଖ ନାଏବ ସରପଞ୍ଚ ପଦରୁ ଇସ୍ତଫା ଦେଇ ଥଇଥାନ ଯୋଜନାରେ ଅରଡ଼ା ପଞ୍ଚାୟତ ସରକାରୀ ହାଇସ୍କୁଲରେ ଜାନୁଆରୀ ୧୦ ତାରିଖ ପିଅନ ଭାବରେ ଯୋଗ ଦେଇଥିଲେ। ତେବେ ମୋହିନୀଙ୍କୁ ଏସିଡ୍ ମାଡ଼ ପଛର କାରଣ ଏବେ ବି ରହସ୍ୟ ଘେରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe