ଯୁବକଙ୍କୁ ଏସିଡ୍‌ ମାଡ଼

Advertisment
ବିବାହ ଉତ୍ସବରେ ପୂର୍ବତନ ପ୍ରେମିକ ଉପରକୁ ଏସିଡ୍‌ ମାଡ଼ କଲେ ମହିଳା

India TV News

ଦେବଗଡ଼ : ଏସିଡ୍‌ ମାଡ଼ରେ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡା ମୁଣ୍ଡାସାହିର ସିକନ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସିକନ ସୋମବାର ରାତିରେ ନିଜ ଘରପାଖ ଛକରେ ମୋବାଇଲ୍‌ ଫୋନ୍‌ରେ କଥା ହେଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଆସି ଏସିଡ୍‌ ମାଡ଼କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସିକନ ନିଜ ଘରକୁ ଆସି ପରେ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ତାଙ୍କୁ ପରିବାର ଲୋକ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏସିଡ୍‌ ମାଡ଼ ଯୋଗୁଁ ତାଙ୍କ ମୁହଁ ଓ ହାତରେ ଆଘାତ ଲାଗିଛି। ତେବେ, କେଉଁ କାରଣରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଏସିଡ୍‌ ମାଡ଼କଲେ, ସେ ନେଇ କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe