The Indian Express
ଭୁବନେଶ୍ବର: କାଶୀପୁରରେ ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳଙ୍କ ସହ କଥା ହୋଇ ମେଡିକାଲ ଟିମ୍ ସେଠାକୁ ପଠାଯାଇଛି। ଡାଇରିଆ ପାଇଁ ପଦକ୍ଷେପ ନେବାକୁ କୁହାଯାଉଛି। ରିପୋର୍ଟ ଦେଖିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହେବ। ବର୍ତ୍ତମାନ ଟିମ୍ ଯାଇଛି। ଜିଲ୍ଲାପାଳ ଏ ବାବଦରେ ମୋତେ ଅବଗତ କରିଛନ୍ତି। ଦରକାର ପଡ଼ିଲେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ପାଣି ପାଇଁ ଏଭଳି ହେଉଥିବା କୁହାଯାଉଛି। କିନ୍ତୁ ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି। ଡାଇରିଆ ରୋଗୀଙ୍କୁ ଚିକିତ୍ସା ଦେବାକୁ ପ୍ରାଥମିକତା ଦିଆଯାଉଛି। ପରେ କାରଣ କଣ ଦେଖାଯିବ।
ଏଣେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି। ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଛି। ତୀକ୍ଷ୍ଣ ନଜର ରଖିବାକୁ, ଟେଷ୍ଟିଙ୍ଗ ବଢ଼ାଇବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ପ୍ରଥମ ଓ ଦ୍ୱିତୀୟ ଲହର ମୁକାବିଲାରେ ଯେପରି ସଫଳ ହୋଇଥିଲୁ ସେପରି ସଫଳ ହେବୁ। ମୁଖ୍ୟମନ୍ତ୍ରୀ ମାମଲାର ତଦାରଖ କରୁଛନ୍ତି। ଓଏମସିଏଲକୁ ମେଡିସିନ ମହଜୁଦ ରଖିବା ପାଇଁ କୁହାଯାଇଛି। ଟେଷ୍ଟି ବଢ଼ାଯାଇଛଛି। କୋଭିଡ ନିୟମ ମାନନ୍ତୁ।
Follow Us