୨ ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Advertisment
୨ ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Local Guides Connect

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଆରମ୍ଭ କରିଛନ୍ତି କାର୍ଯ୍ୟାନୁଷ୍ଠାନ। ଗତକାଲି ପାରାଦୀପରେ ଅବସ୍ଥାପିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିୟୋଜିତ ଗାଡ଼ି ଚାଳକ ଶୈବାଳ କୁମାର ମଣ୍ତଳଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଅଧିକାରୀ (ଡିପିଓ)ଙ୍କ ଅଧୀନରେ କାର୍ଯ୍ୟରତ ବରିଷ୍ଠ କିରାଣି ସଂଯୁକ୍ତା ଦାସଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଏହି ଦୁଇ ଜଣଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା।

କୁଜଙ୍ଗ ତହସିଲରେ କାର୍ଯ୍ୟରତ ଥିବା ବେଳେ ୨୦୧୮ ନଭେମ୍ବର ୧୫ରେ ଶୈବାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। ଏହାପରେ ଶୈବାଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ପରେ ପୁଣିଥରେ ସେ ଚାକିରିରେ ଯୋଗ ଦେଇଥିଲେ ଓ ତାଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା। ଗତକାଲି ଜିଲ୍ଲାପାଳ ଶୈବାଳଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ତାଙ୍କୁ ଜିଲ୍ଲାପାଳ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେହିପରି ବରିଷ୍ଠ କିରାଣି ସଂଯୁକ୍ତା ଦାସଙ୍କ ଘରେ ଗତବର୍ଷ ଡିସେମ୍ବର ୨ ତାରିଖରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳ ସଂଯୁକ୍ତାଙ୍କୁ ଆଜି ନିଲମ୍ବନ କରିଛନ୍ତି। ଶ୍ରୀ ମହାପାତ୍ରଙ୍କ ଏପରି ପଦକ୍ଷେପକୁ ଜିଲ୍ଲାବାସୀ ସ୍ବାଗତ କରିଥିବା ବେଳେ ଦୁର୍ନୀତିଖୋରଙ୍କ ମଧ୍ୟରେ ଛନକା ପଶିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe