କରୋନା କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ: ପୁଲିସ କମିସନର

Advertisment
କରୋନା କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ: ପୁଲିସ କମିସନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଓ କଟକ ସହରରେ ଶନିବାର ଓ ରବିବାର ସକାଳୁ ସଟଡାଉନ ସମୟରେ ଏକ ଘଣ୍ଟା କୋହଳ କରାଯାଇଛି। ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ମଧ୍ୟରେ ମର୍ଣ୍ଣିଂ ୱାକ୍‌ କରିପାରିବେ। ସଟଡାଉନ୍‌କୁ କଡ଼ାକଡ଼ି ଲାଗୁ କରିବାକୁ ପୁଲିସ ପ୍ରସ୍ତୁତ ରହିଛି। ସପ୍ତାହାନ୍ତ ସଟଡାଉନ ସମୟରେ ଜନସାଧାରଣ ସହାୟତା କରନ୍ତୁ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁଲିସ କମିସନର କହିଛନ୍ତି ଯେ, କଟକ ଓ ଭୁବନେଶ୍ବର ନାଗରିକ ମାନଙ୍କୁ ଆଜି ରାତିଠାରୁ ସପ୍ତାହନ୍ତ ସଟଡାଉନକୁ ପାଳନ କରି ପୁଲିସକୁ ସହଯୋଗ କରନ୍ତୁ। ଆମେ ସବୁ ବେଳେ କହିରଖୁଛୁ ଯେ, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କର୍ଫ୍ୟୁ ପୂର୍ବରୁ ଖୋଲାଥିବା ଦେକାନ ବଜାରଗୁଡ଼ିକୁ ବନ୍ଦ କରୁଛୁ। ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ, ପୁଲିସକୁ ସହଯୋଗ କରନ୍ତୁ। କଟକରେ ୧୨ ପ୍ଲାଟୁନ୍‌ ଓ  ଭୁବନେଶ୍ବରରେ ୨୦ ପ୍ଲାଟୁନ ପୁଲିସ କାର୍ଯ୍ୟରତ ଅଛନ୍ତି। ଭୁବନେଶ୍ବରରେ ୧୫୦ ଜଣ ଏବଂ କଟକରେ ୧୦୦ ଜଣ ପୁଲିସ ଅଧିକାରୀ କାମ କରୁଛନ୍ତି। କଟକରେ ୨୫ଟି ଭୁବନେଶ୍ବରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି। ଆଇନ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe