ସହିଦଙ୍କ ମରଶରୀରରେ ବିଜେଡ଼ି ପତାକା ଢାଙ୍କିବା ଘଟଣା: ନିଲମ୍ବିତ ହେଲେ ୩ ଦଳୀୟ କର୍ମୀ

Advertisment
ସହିଦଙ୍କ ମରଶରୀରରେ ବିଜେଡ଼ି ପତାକା ଢାଙ୍କିବା ଘଟଣା: ନିଲମ୍ବିତ ହେଲେ ୩ ଦଳୀୟ କର୍ମୀ

ଭୁବନେଶ୍ୱର: ସହିଦ ଅଜିତ ସାହୁଙ୍କ ମରଶରୀରରେ ବିଜେଡି (ବିଜୁ ଜନତା ଦଳ) ପତାକା ଢାଙ୍କିବା ଘଟଣାରେ ବିନୋଦ ମାଝି, ସନ୍ତୋଷ ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ଶୁକ୍ରବାର ଦଳରୁ ନିଲମ୍ବିତ କରାଯାଇଛି। ତିନି ଜଣ କର୍ମୀଙ୍କ ନିଲମ୍ବନ ନେଇ ବିଜେଡି ସାଧାରଣ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଏହା ଜଣାଇଛନ୍ତି। ଦଳରୁ ନିଲମ୍ବିତ କରାଯିବା ପୂର୍ବରୁ ବିଜୁ ଜନତା ଦଳ ତରଫରୁ ତର୍ଜମା କରାଯାଇଥିଲା। ତର୍ଜମାକୁ ଭିତ୍ତି କରି କଟକ ଜିଲ୍ଲାର ବିନୋଦ, ସନ୍ତୋଷ ଓ ଗୋବର୍ଦ୍ଧନ ଦାସଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି।

publive-image

ସହିଦ ଅଜିତ କୁମାର ସାହୁଙ୍କ ଶବାଧାରରେ ବିଜେଡି ପତାକା ଆବୃତ କରାଯିବା ଘଟଣାରେ ଶୁକ୍ରବାର ଦିନ ବିବୃତି ଦେଇ ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି: ସହିଦମାନଙ୍କ ପ୍ରତି ବିଜୁ ଜନତା ଦଳର ଗଭୀର ସମ୍ମାନ ରହିଛି। ଆମ ଦୃଷ୍ଟିକୁ ଆସିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆମେ ଏହାର ଦୃଢ଼ ନିନ୍ଦା କରୁଛୁ। ଏଥିପାଇଁ କେଉଁମାନେ ଦାୟୀ, ଦଳ ତାହା ଖୋଜି ବାହାର କରିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଆମେ ପୁନର୍ବାର ଏହି ଦୁର୍ଭାଗ୍ୟଜନକ ଘଟଣାକୁ ନିନ୍ଦା କରୁଛୁ।

ଅଜିତଙ୍କ ସମ୍ପର୍କୀୟ ଭାଇ ପରମେଶ୍ୱର ସାହୁ କହିଛନ୍ତି ଯେ ୨୦୧୫ ମସିହାରେ ସେନାରେ ଯୋଗ ଦେଇ ୨୦୧୯ ଜୁନ୍‌ ୧୭ ତାରିଖରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନ ଅଜିତଙ୍କ ପାର୍ଥିବ ଶରୀର ଗୁରୁବାର ଦିନ ତାଙ୍କ ଗାଁ କାମାକ୍ଷାନଗର ବ୍ଲକ୍‌ର ବଡ଼ସୋଆଳ ଗ୍ରାମକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍‌ସ୍‌ ଯୋଗେ ଅଣାଯାଇଥିଲା। ବାଟରେ ବିଭିନ୍ନ ସ୍ଥାନରେ ତାଙ୍କର ଶେଷ ଦର୍ଶନ ସମୟରେ ଖୁଣ୍ଟୁଣି ପାଖରେ କେହି ଫୁଲ ସହ ଦଳୀୟ ପତାକା ଦେଇଥିଲେ। ଦୃଷ୍ଟିକୁ ଆସି କାଢ଼ି ନିଆଯିବା ପୂର୍ବରୁ କେହି ଏହର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଛି। ସହିଦଙ୍କ ପରିବାରର ମାନସିକ ସ୍ଥିତି ଏବେ ଭାଙ୍ଗି ପଡ଼ିଥିବାରୁ ଏ କଥାକୁ ଅଯଥାରେ ରାଜନୀତିକରଣ ବା କୌଣସି ଇସ୍ୟୁ ନ କରିବାକୁ ସେ ଅନୁରୋଧ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe