ଫ୍ୟାନ୍‌ଙ୍କ ଗହଣରେ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ, ଆସିଲେ ନାହିଁ ପତ୍ନୀ ତୃପ୍ତି

Advertisment

ରିଲିଜ ହେଲା ନୂଆ ଫିଲ୍ମର ପୋଷ୍ଟର

ରିଲିଜ ହେଲା ନୂଆ ଫିଲ୍ମର ପୋଷ୍ଟର

ଫ୍ୟାନ୍‌ଙ୍କ ଗହଣରେ କେକ୍‌ କାଟି ଜନ୍ମଦିନ ପାଳିଲେ ବାବୁସାନ, ଆସିଲେ ନାହିଁ ପତ୍ନୀ ତୃପ୍ତି

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ଆଜି ଫ୍ୟାନ୍‌ମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ବାବୁସାନ ଭୁବନେଶ୍ବରର ଜଗନ୍ନାଥ ବିହାରସ୍ଥିତ ବାସଭବ‌ନରେ କେକ୍‌ କାଟିବା ସହ ନିଜ ନୂଆ ଫିଲ୍ମ ‘ଗଜପତି’ର ପୋଷ୍ଟର ରିଲିଜ କରିଛନ୍ତି। ଏହି ଅବସରରେ ବାବୁସାନଙ୍କ ମା’ ଅପରାଜିତା ଏବଂ ଫ୍ୟାନମାନେ ଉପସ୍ଥିତ ଥିଲେ। ସେ ପରିବାର ଲୋକ ଓ ପ୍ରଶଂସକଙ୍କ ଗହଣରେ କେକ୍‌ କାଟି ଖୁସି ଅନୁଭବ କରିଛନ୍ତି। ଜନ୍ମଦିନ ସେଲିବ୍ରେସନକୁ ପତ୍ନୀ ତୃପ୍ତି ଶତପଥୀ ଆସି ନଥିବା ଜଣାପଡ଼ିଛି। ଏ ନେଇ ପ୍ରତିକ୍ରିୟା ଦେଇ ବାବୁସାନ୍ କହିଛନ୍ତି ଯେ, ତୃପ୍ତି ଜନ୍ମଦିନକୁ ଆସିଲାନି କିନ୍ତୁ ସେ ସବୁବେଳେ ମୋ ମନରେ ରହିଛି। ମୁଁ ଅଛି ତାଙ୍କ ସାଙ୍ଗରେ। ଏହାରି ଭିତରେ ବାବୁସାନଙ୍କ ଶଶୁର ଲଳିତ ଶତପଥୀ ବାବୁସାନଙ୍କ ଘରକୁ ଆସିଛନ୍ତି। ଦୁଇ ପରିବାର ଭିତରେ ଥିବା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି ବୋଲି ସୂଚନା ମିଳିଛି।

ଏଥିସହ ନୂଆଫିଲ୍ମ ‘ଗଜପତି’ର ଘୋଷଣା ହୋଇଛି। ବାବୁସାନ୍ କହିଛନ୍ତି କି ‘ବିଦ୍ୟାରାଣ’ ଫିଲ୍ମର ପ୍ରଯୋଜକ ତାଙ୍କୁ ଜନ୍ମଦିନର ଉପହାର ଭାବେ ଗଜପତିର ଘୋଷଣା କରିଛନ୍ତି। ଏହି ଫିଲ୍ମର ପୋଷ୍ଟର ମଧ୍ୟ ଆଜି ରିଲିଜ୍ ହୋଇଛି।

ସୂଚନାଯୋଗ୍ୟ, ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ନଗର ଥାନାରେ ପହଞ୍ଚିଥିଲେ । ସେ ସ‌କାଳେ ମା’ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଜଗନ୍ନାଥ ବିହାର ଘରୁ ବାହାରି ଥାନାକୁ ଯାଇଥିଲେ। ପତ୍ନୀ ତୃପ୍ତିଙ୍କ ତରଫରୁ ଗତ ୨୩ ତାରିଖରେ ଖାରବେଳ ଥାନାରେ ହୋଇଥିବା ଅଭିଯୋଗ ମାମଲାରେ ବାବୁସାନ୍ ପୁଲିସ ଆଗରେ ହାଜର ହୋଇଥିଲେ। ପୁଲିସ ପ୍ରାୟ ୩୦ ମିନିଟ ଧରି ବାବୁସାନଙ୍କୁ ପଚରାଉଚରା କରିଥିଲା। ସେ ପୁଲିସକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ବାବୁସାନ୍ ଆଜି ସକାଳେ ନିଜର ଜନ୍ମଦିନରେ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।  ତାଙ୍କ ଘର ସାମ୍ନାରେ ଫ୍ୟାନମାନଙ୍କର ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe