ସମ୍ବଲପୁର : ଶନିବାର ସକାଳ ୫ଟାରେ ହିନ୍ଦି ଓ ଓଡ଼ିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ମନୋଜ ମିଶ୍ରଙ୍କ ପିତା ବାସୁଦେବ ମିଶ୍ର(୭୬)ଙ୍କ ହୃଦ୍ଘାତରେ ଗୋବିନ୍ଦତୋଳାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।
ସେ ଗତ କିଛି ବର୍ଷ ହେଲା ହୃଦ୍ରୋଗରେ ପୀଡ଼ିତ ଥିଲେ। ସମ୍ବଲପୁର ନନ୍ଦପଡ଼ାରେ ଜନ୍ମିତ ବାସୁଦେବ ଜଣେ ଜଣାଶୁଣା ଭଲିବଲ ଓ ଫୁଟବଲ ଖେଳାଳି । ବହୁଥର ରାଜ୍ୟ ତଥା ରାଜ୍ୟ ବାହାରକୁ ଭଲିବଲ ଖେଳିବାକୁ ଯାଇ ସମ୍ବଲପୁର ତଥା ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ଓଡ଼ିଶା ବନ ନିଗମର ବିଭାଗୀୟ ଅଧିକାରୀ ଭାବେ ଚାକିରି କରୁଥିଲେ। ଆଜି ଅପରାହ୍ନରେ କମଳିବଜାରସ୍ଥିତ ରାଜଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ସାନପୁଅ ପୂର୍ବତନ କ୍ରିକେଟ ଖେଳାଳି ସଂଜୀବ ମିଶ୍ର ମୁଖାଗ୍ନି ଦେଇଥିଲେ।
Follow Us