ରୋଡ୍ ରୋମିଓଙ୍କ ହାବୁଡରେ ପଡ଼ିଲେ ଓଡ଼ିଆ ଅଭିନେତ୍ରୀ; ଅଭିଯୋଗ ଶୁଣିଲାନି ପୁଲିସ୍

Advertisment
ରୋଡ୍ ରୋମିଓଙ୍କ ହାବୁଡରେ ପଡ଼ିଲେ ଓଡ଼ିଆ ଅଭିନେତ୍ରୀ; ଅଭିଯୋଗ ଶୁଣିଲାନି ପୁଲିସ୍

ଭୁବନେଶ୍ୱର: ରାତି ଅଧରେ ରାଜଧାନୀର ରାଜ ରାସ୍ତାରେ ରୋଡ ରୋମିଓ ବୁଲିବା ଓ ବିଭିନ୍ନ ଅପରାଧିକ ଘଟଣାମାନ ଘଟାଇବା ଅନେକ ସମୟରେ ସାମ୍ନାକୁ ଆସିଥାଏ। ରୋଡ ରୋମିଓମାନେ ରାସ୍ତାରେ ସାର୍ଟ ଖୋଲି ମଦ ପିଇ ଲୋକଙ୍କୁ ହଇରାଣ ହରକତ କରିବା ସେମାନଙ୍କର ଯେମିତି ନିତିଦିନିଆ ଅଭ୍ୟାସ ପାଲଟି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ରୋଡ଼ ରୋମିଓଙ୍କ ହାବୁଡ଼ରେ ଜଣେ ଓଡ଼ିଆ ଟେଲି ଅଭିନେତ୍ରୀ ପଡ଼ିଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ଓ ପୀଡ଼ିତା ଏ ନେଇ ପୁଲିସରେ ଅଭିଯୋଗ କରିବାକୁ ଯାଇଥିଲେ।

publive-image

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ସୁଟିଂ ସାରି ଓଡ଼ିଆ ଅଭିନେତ୍ରୀ ବବି ପରିଡା ଘରକୁ ଫେରୁଥିଲେ। ଘରକୁ ଫେରୁଥିବା ବେଳେ ହଠାତ ଗୋଟିଏ ବାଇକ୍‌ରେ ରୋଡ ରୋମିଓ ବବିଙ୍କ କାର ସାମ୍ନାକୁ ବାଇକ ଆଣିବା ସହିତ ବରମୁଣ୍ଡା ଠାରୁ ନୟାପଲ୍ଲୀ ପର୍ଯ୍ୟନ୍ତ ତାଙ୍କୁ ହଇରାଣ କରି ଚାଲିଥିଲେ। କେବଳ ଏତିକି ନୁହେଁ, ମଦ ବୋତଲରେ ନିଆଁ ଲଗାଇ ତାଙ୍କ ଉପରକୁ ଫିଙ୍ଗିବାକୁ ଉଦ୍ୟମ କରିବା ସହିତ ଭୟଭୀତ ବି କରୁଥିଲେ। ଆଉ ଏ ସବୁ ଦୃଶ୍ୟକୁ ସାହାସର ସହ ବବି ନିଜ ମୋବାଇଲରେ ସୁଟିଂ କରି ଦେଇଥିଲେ।

ରାତି ଅଧରେ ଏଭଳି ରୋଡ ରୋମିଓଙ୍କ ଶିକାର ହେବା ପରେ ବବି ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ତାଙ୍କ ଅଭିଯୋଗ ଶୁଣି ନ ଥିବା ଅଭିନେତ୍ରୀ ବବି ପରିଡା ଅଭିଯୋଗ ଆଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe