ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ଲୁମରୈନା ଶତପଥୀ… ଡିଭାଇଡର ଡେଇଁ ଗଛରେ ପିଟିହେଲା କାର୍

Untitled-37

ଭୁବନେଶ୍ବର: ଦୁର୍ଘଟଣାର ଶିକାର ହୋଇ ଅଳ୍ପକେ ବର୍ତ୍ତିଗଲେ ଅଭିନେତ୍ରୀ । ରାଜଧାନୀ ଭୁବନେଶ୍ୱରରେ ଅଳ୍ପକେ ବଞ୍ଚିଗଲେ ଅଭିନେତ୍ରୀ ଲୁମରୈନା ଶତପଥୀ । ଗାଈକୁ ବଞ୍ଚେଇବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ । ତେବେ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ମୁହଁରେ ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିବା ବେଳେ ନାକରୁ ରକ୍ତ ବାହାରିଥିବା ସେ ଏକ ଭିଡିଓରେ କହିଛନ୍ତି । 

New Project (6)

ତେବେ ଗତକାଲି ଭୁବନେଶ୍ୱର ପଟିଆ ଛକରେ ଏହି ଦୁର୍ଘଟଣା ଘଟି ତାଙ୍କର କାରଟି ଭାଙ୍ଗି ଯାଇଛି। ରାସ୍ତାରେ ବୁଲା ଗାଈ ଗୋରୁ ଥିବାରୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ଗାଡି ଅନ୍ୟ ଦିଗରେ ଚଲାଇ ନେବାକୁ ଦୁର୍ଘଟଣାଟି ଘଟିଛି । ତାଙ୍କ କାରଟି ଡିଭାଇଡର ଡେଇଁ ଏକ ଗଛରେ ପିଟିହେବା କାରଣରୁ ଏହି ଦୁର୍ଘଟଣା ହୋଇଛି ।

WhatsApp Image 2025-10-07 at 16.40.53

ସେପଟେ ଅଭିନେତ୍ରୀ ଆହତ ହୋଇଥିବା ବେଳେ ଗାଈଗୋରୁ କିନ୍ତୁ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ଘଟଣା ପରେ ଏକ ଭିଡିଓ ଜାରି କରି ରାସ୍ତାରୁ ବୁଲା ଗାଈ ଗୋରୁଙ୍କୁ ହଟାଇ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଅଭିନେତ୍ରୀ । ପୂର୍ବରୁ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ପାଇଁ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ରୋକିବା ନେଇ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ସେ ଏହାର ତୁରନ୍ତ ସମାଧାନ କରିବାକୁ ଅପିଲ କରିଛନ୍ତି । 

WhatsApp Image 2025-10-07 at 16.40.53 (1)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe