ବେଲପଡ଼ାରେ କିଣିଛି ୩୩ ଏକର: ଗନ୍ଧମାର୍ଦ୍ଦନ ଚାରିପଟେ ଆଦାନୀ ଜମି

Advertisment

ଗନ୍ଧମାର୍ଦ୍ଦନ ଚାରିପାଖରେ ଆଦାନୀ କମ୍ପାନି ଜମି କିଣି ଚାଲିଛି। ପାହାଡ଼ ପାଦଦେଶରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ରେ ଆଦାନୀ ୧୮ ଏକର ଜମି ନିଜ ନାମରେ କରିଛି। ପାହାଡ଼ ନିକଟସ୍ଥ ବରଗଡ଼ ଜିଲ୍ଲା ଗାଈସିଲାଟ୍‌ ବ୍ଲକ୍‌ କଟାବାହାଲ...

ଗନ୍ଧମାର୍ଦ୍ଦନ ଚାରିପାଖରେ ଆଦାନୀ କମ୍ପାନି ଜମି କିଣି ଚାଲିଛି। ପାହାଡ଼ ପାଦଦେଶରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ରେ ଆଦାନୀ ୧୮ ଏକର ଜମି ନିଜ ନାମରେ କରିଛି। ପାହାଡ଼ ନିକଟସ୍ଥ ବରଗଡ଼ ଜିଲ୍ଲା ଗାଈସିଲାଟ୍‌ ବ୍ଲକ୍‌ କଟାବାହାଲ...

sssfsfsf

ବଲାଙ୍ଗୀର: ଗନ୍ଧମାର୍ଦ୍ଦନ ଚାରିପାଖରେ ଆଦାନୀ କମ୍ପାନି ଜମି କିଣି ଚାଲିଛି। ପାହାଡ଼ ପାଦଦେଶରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ରେ ଆଦାନୀ ୧୮ ଏକର ଜମି ନିଜ ନାମରେ କରିଛି। ପାହାଡ଼ ନିକଟସ୍ଥ ବରଗଡ଼ ଜିଲ୍ଲା ଗାଈସିଲାଟ୍‌ ବ୍ଲକ୍‌ କଟାବାହାଲ ପଞ୍ଚାୟତ ଯୁବାଖୋଲ ଗାଁରେ କମ୍ପାନି ୨୩ ଏକର ଜମି ଦୁଇ ମାସ ତ‌ଳେ କିଣି ସାରିଛି। ଏବେ ଖପ୍ରାଖୋଲ ବ୍ଲକ୍‌ ସଂଲଗ୍ନ ବେଲପଡ଼ା ବ୍ଲକ୍‌ରେ କମ୍ପାନି ୩୩ ଏକର ଜମି କିଣିଥିବା ଜଣାପଡ଼ିଛି। ଯାହାର ଦସ୍ତାବିଜ୍‌ ସରକାରୀ ୱେବ୍‌ସାଇଟ୍‌ ଭୂ-ଲେଖରେ ମଧ୍ୟ ଉଲ୍ଲେଖ ରହିଛି। ସୁନ୍ଦରଗଡ଼ରେ ନିଜ ଖଣିଖଦାନ ଦ୍ବାରା କ୍ଷତି ହୋଇଥିବା ସବୁଜିମାର ଭରଣା ପାଇଁ କମ୍ପାନି ଏହିସବୁ ଜମିରେ ବନୀକରଣ କରିବ ବୋଲି କୁହ‌ାଯାଉଛି। ହେଲେ କମ୍ପାନି ଏସବୁ ବନୀକରଣ କେବଳ ଗନ୍ଧମାର୍ଦ୍ଦନ ପାହାଡ଼ ପାଖାପାଖି ଇଲାକାରେ କାହିଁକି କରିବାକୁ ଯୋଜନା କରୁଛି, ତାହା ସନ୍ଦେହ ସୃଷ୍ଟି କରିଛି।

ବେଲପଡ଼ା ବ୍ଲକ୍‌ ଡୁଡ଼ୁକାମାଲରେ ଆଦାନୀ ୨୭ଟି ପ୍ଲଟ୍‌ କିଣିଛି। ଡୁଡୁକାମାଲ ଇଲାକାରେ ପ୍ରଚୁର ଗ୍ରାଫାଇଟ୍‌ ମହଜୁଦ ରହିଛି। ପୂର୍ବରୁ ଏଠାରେ ଗ୍ରାଫାଇଟ୍‌ ଖାଦାନ ବି ରହିଥିଲା। କିନ୍ତୁ ବଡ଼ ମାତ୍ରାରେ ଗ୍ରାଫାଇଟ୍‌ ଉତ୍ତୋଳନ ପାଇଁ ଆଦାନୀ ଏଠାରେ ଜମି କିଣିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସରକାରୀ ତଥ୍ୟ ଅନୁସାରେ, ଗନ୍ଧମାର୍ଦ୍ଦନ ପାଖାପାଖି ତେଲେନପାଲି, ବୁରୋମାଲ, ଧଣ୍ଡାମୁଣ୍ଡା, ସାପମୁଣ୍ଡ, ଟିକପାଲି, ଲାଲଖାନପୁର, ଚାଉଳଧରା, ରେଙ୍ଗାଲି, ଜେରଡ଼ା, ଜେରଡ଼ି, ଫୁଲମାଟି, କୁଆଁରଗାଁ, ଝିଙ୍କିଡୁଙ୍ଗୁରୀ, ପଖନମୁଣ୍ଡା, ବିଛୁବାହାଲି, ରାଜନାଗଫେଣା, ସରଗିବାହାଲି, ବେନ୍ଦେର ଆର୍‌ଏଫ, କେନ୍ଦୁଝାଲ, ବେହେରାମୁଣ୍ଡା, ବାବେଜୁରୀ, ବେନିମାଲ, ଗଞ୍ଜାଧର, ଡୁଡୁକାମାଲ, ମହନିଲହ, ଜାମକି, ଭାଗୁଆପଡ଼ା, ଜାମୁରୀ, ମାଲେସିରା, ବାଗଦୋର-ଜାମଖରୀ, ସର୍ଗିମୁଡ଼ା, ହର୍ଡ଼ାଟାଲ, ଲୁହାଖାନ, ଉରଖମନ, ଗଏନ୍ଦିମାଲ, ବିଳାସପୁର, ସର୍ଗିପାଲି, ବାଙ୍କବିହାର, ରେହନମାଲ, ପଣ୍ଡକିମାଲ, ବାଞ୍ଜିପାଲି ଇତ୍ୟାଦି ସ୍ଥାନରେ ଗ୍ରାଫାଇଟ୍‌ ମହଜୁଦ ରହିଛି। ଏଥିରୁ ଅଧିକାଂଶ ଅଞ୍ଚଳରେ ବିକ୍ଷିପ୍ତ ଭାବେ ଆଦାନୀ ଜମି କିଣିଥିବା ଗୋଟିଏ ପରେ ଗୋଟିଏ ମାମଲା ସାମନାକୁ ଆସୁଛି। ଆଗାମୀ ଦିନରେ ଜମିକିଣା ବାବଦକୁ ଆହୁରି ନଥିପତ୍ର ସାମନାକୁ ଆସିବା ସମ୍ଭାବନା ରହିଛି। ଏଣେ ଏହି ବ୍ୟାପକ ଜମିକିଣା ଘଟଣାକୁ ନେଇ ବିଭିନ୍ନ ଅଞ୍ଚଳରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି। କେତେକ ସ୍ଥାନରେ ସଭାସମିତି କରି ଏହାର ଠୋସ୍‌ ତଦନ୍ତ କରିବାକୁ ଦାବି କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଖବର ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe