ଆଜି ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ

Advertisment
ଆଜି ୪ ଘଣ୍ଟା ବନ୍ଦ ରହିବ ଆଡ଼ପ ମଣ୍ଡପ ଦର୍ଶନ

ପୁରୀ : ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ତେଣୁ ଦ୍ବିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ସର୍ବସାଧାରଣ ଦର୍ଶନ ସୋମବାର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ନୀତି ନିର୍ଘଣ୍ଟ ଅନୁସାରେ ସନ୍ଧ୍ୟା ୬ଟାରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବ। ଯଦି ଏପରି ହୁଏ ତେବେ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବାର ଅନୁମାନ କରାଯାଉଛି। ତେବେ ଆଜି ନୀତିକାନ୍ତି ଉପରେ ଏହି ଦର୍ଶନ ବନ୍ଦ ସମୟ ନିର୍ଭର କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe