ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

Advertisment
ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ

ମଦନପୁର : କଳାହାଣ୍ତି ଜିଲ୍ଲା ମ.ରାମପୁର ବ୍ଲକ୍‌ ଅନ୍ତର୍ଗତ ମଦନପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷିତିଭୂଷଣ ବିଶ୍ବାଳ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରକାଶ ଯେ, ଆଦର୍ଶ ବିଦ୍ୟାଳୟର ଚୌକିଦାର ପଦରେ ନିଯୁକ୍ତି ପାଇଁ ଗଙ୍ଗାଧର ବାଗଙ୍କଠାରୁ ଅଧ୍ୟକ୍ଷ ଶ୍ରୀ ବିଶ୍ବାଳ ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ଗଙ୍ଗାଧର ଭିଜିଲାନ୍ସକୁ ଜଣାଇଥିଲେ। ଟଙ୍କା ଦେବାବେଳେ ଗୁରୁବାର ଅଧ୍ୟକ୍ଷଙ୍କୁ ଜଗି ରହିଥିବା ଭିଜିଲାନ୍ସ ଟିମ୍‌ କାବୁ କରିଥିଲେ। ଏହି ଚଢ଼ଉରେ ଭବାନୀପାଟଣା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ, ନୂଆପଡ଼ା ୟୁନିଟ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, କର୍ମଚାରୀ ରାଜେଶ ନାୟକ, ସୁଶାନ୍ତ ପଟ୍ଟନାୟକ, ସନ୍ତୋଷ ମହାନ୍ତି, ଶିବ ପ୍ରସାଦ ପଧାନ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe