ନିଶାସକ୍ତ ବହିଷ୍କୃତ ପୁଲିସଙ୍କ ଉନ୍ମତ୍ତ କାଣ୍ଡ: ବିବାହ ଭୋଜିରେ ହଙ୍ଗାମା କଲେ

Advertisment

ଅସ୍ତରଙ୍ଗରେ ଏକ ବିବାହ ଭୋଜିରେ ନିଶାସକ୍ତ ଅବସ୍ଥାରେ ଚିତ୍ରସେନ ପ୍ରଧାନ ନାମକ ଜଣେ ବହିଷ୍କୃତ ପୁଲିସ କର୍ମଚାରୀ ଉପସ୍ଥିତ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ ଓ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି...

ଅସ୍ତରଙ୍ଗରେ ଏକ ବିବାହ ଭୋଜିରେ ନିଶାସକ୍ତ ଅବସ୍ଥାରେ ଚିତ୍ରସେନ ପ୍ରଧାନ ନାମକ ଜଣେ ବହିଷ୍କୃତ ପୁଲିସ କର୍ମଚାରୀ ଉପସ୍ଥିତ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ ଓ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି...

addict fired police officer's crazy incident:  created a ruckus at a wedding party

addict fired police officer's crazy incident: created a ruckus at a wedding party Photograph: (sambad.in)

ଅସ୍ତରଙ୍ଗ: ଅସ୍ତରଙ୍ଗରେ ଏକ ବିବାହ ଭୋଜିରେ ନିଶାସକ୍ତ ଅବସ୍ଥାରେ  ଚିତ୍ରସେନ ପ୍ରଧାନ ନାମକ ଜଣେ ବହିଷ୍କୃତ ପୁଲିସ କର୍ମଚାରୀ ଉପସ୍ଥିତ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିମନ୍ଦ ଓ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ବହିଷ୍କୃତ ପୁଲିସ କର୍ମଚାରୀ ଜଣକ ଅସ୍ତରଙ୍ଗ ସରପଞ୍ଚ, ବିଜେପି କର୍ମୀ ଓ ଜଣେ ସାମ୍ବାଦିକକୁ ଅପମାନିତ କରିଛନ୍ତି।

ଘଟଣାକୁ ଭିତ୍ତିକରି ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଅସ୍ତରଙ୍ଗ ଥାନାରେ ଅଭିଯୋଗ ପରେ ୮୪/୨ ୫ରେ ଏକ ମାମଲା ରୁଜୁ ହୋଇଛି।  ଆଦ୍ୟାବଧି ଅସ୍ତରଙ୍ଗ ପୁଲିସ ଅଭିଯୁକ୍ତକୁ ଗିରଫ କରି ନଥିବାରୁ ଅସ୍ତରଙ୍ଗ ବ୍ଲକର ବିଜେପି କର୍ମୀ ଏହାର ଦୃଢ ନିନ୍ଦା କରିବା ସହ ଥାନା ଅଧିକାରୀଙ୍କୁ ଭେଟିବା ସହ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କହିଛନ୍ତି।

ଜଣେ ବିଜେଡି କର୍ମୀ ସଦାସର୍ବଦା ଥାନା ଅଧିକାରୀଙ୍କ ଚ୍ୟାମ୍ବରରେ କାହିଁକି ବସି ରହି ବିଭିନ୍ନ ମାମଲାରେ ହସ୍ତକ୍ଷେପ କରୁଛନ୍ତି ବୋଲି ପ୍ରଶ୍ନ କରି ଥାନା ଅଧିକାରୀ ରାଜେଶ ବଳିଆରସିଂଙ୍କୁ ଅଭିଯୋଗକାରୀମାନ‌େ ଘେରି ରହିଛନ୍ତି। ଥାନା ଅଧିକାରୀ ନିଜ ଚେୟାରରେ ବସିଥିଲା ବେଳେ ପ୍ରାୟ ୨୦ରୁ ୨୫ ବିଜେପିକର୍ମୀ ଦୀର୍ଘ ୩ ଘଣ୍ଟା ହେଲା ତଳେ ବସିରହିଛନ୍ତି।    

ସୂଚନାନୁସାରେ ଅସ୍ତରଙ୍ଗରେ ମାନସ ବେହେରାଙ୍କ ଭାଇଙ୍କର ବିବାହ ଭୋଜିରେ ଯୋଗ ଦେବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ବ୍ୟକ୍ତି ଜଣକ ପ୍ରଥମେ ସରପଞ୍ଚ ରାମଚନ୍ଦ୍ର କାଣ୍ଡିଙ୍କ ସହ ଯୁକ୍ତିତର୍କ ଓ ଗାଳିମନ୍ଦ କରିଥିଲେ।  ଏହା ପରେ ଜଣେ ସାମ୍ବାଦିକ ,ବିଜେପି ନେତା ଦିବାକର ଚ୍ଛାଟୋଇ ସମେତ ଅନ୍ୟ କର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳି କରି ଧମକଚମକ ଦେଇଥିଲେ।

ରାତି ପ୍ରାୟ ସାଢେ ୧୦ଟାରେ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ଅସ୍ତରଙ୍ଗ ଥାନାରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିବାରେ ପୁଲିସ ତୁରନ୍ତ ଏକ ମାମାଲା ରୁଜୁ କରି ଘଟଣା ଘଟିଥିବା ବିବାହ ଭୋଜି ସ୍ଥଳକୁ ଯାଇଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ଘଟଣା ଘଟାଇଥିବା ଚିତ୍ରସେନ ପ୍ରଧାନ ଚମ୍ପଟ ମାରିଥିଲେ। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ ନକରିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।

ବ୍ଲକର ୧୫ ବିଜେପି ନେତା, କର୍ମୀ ଏକାଠି ହୋଇ ଘଟଣାକୁ ନିନ୍ଦା କରିବା ସହ ଥାନା ଅସ୍ତରଙ୍ଗ ଅଧିକାରୀଙ୍କୁ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭେଟିଥିଲେ।   ବିଜେପି କର୍ମୀ ଧାରଣାରେ ବସିରହିଛନ୍ତି। ଡିଏସ୍‌ପି କିମ୍ବା ଏସ୍‌ପି ନଆସିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେନି ବୋଲି କହୁଛନ୍ତି। ତେବେ ଘଟଣାସ୍ଥଳରେ ଡିଏସ୍‌ପି ପହଞ୍ଚିଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଖଣ୍ଡଗିରି ଅଞ୍ଚଳରେ ୧ କୋଟି ଟଙ୍କାର ଗଞ୍ଜେଇ ଟ୍ରକ୍ ଜବତ: କର୍ପୁର ପ୍ୟାକେଟ ପଛରେ ଲୁଚାଇ ରଖାଯାଇଥିଲା

ସୂଚନାଯୋଗ୍ୟ, ସମ୍ପୃକ୍ତ ବ୍ୟକ୍ତି ଜଣକ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଅସ୍ତରଙ୍ଗ ଥାନାର ପୂର୍ବତନ ମହିଳା ଥାନା ଅଧିକାରୀଙ୍କୁ ଆକ୍ରମଣ କରି ଅଧିକାରୀ ଜଣଙ୍କ ଚାକିରି ହରାଇଥିଲେ। ତେବେ ଘଟଣାକୁ ନେଇ ଏବେ ଅସ୍ତରଙ୍ଗ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ୧୫ଦିନ ଯାଏ ନିଜ ପରିସ୍ରା ପିଇଥିଲେ ପରେଶ !

puri | Crime 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe