ଧାନକିଣା ୨୦ରୁ: ଡିସେମ୍ବର ୮ରେ ମିଳିବ ଅତିରିକ୍ତ ~୮୦୦

Advertisment

ନଭେମ୍ବର ୨୦ ତାରିଖରେ ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ଆରମ୍ଭ ହେବ। ନଭେମ୍ବର ୨୦ରୁ ଡିସେମ୍ବର ୭ ତାରିଖ...

ନଭେମ୍ବର ୨୦ ତାରିଖରେ ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ଆରମ୍ଭ ହେବ। ନଭେମ୍ବର ୨୦ରୁ ଡିସେମ୍ବର ୭ ତାରିଖ...

ଭାରତ-ନେପାଳ ସୀମାରେ ଚାଉଳ ଚୋରାଚାଲାଣ

ଭୁବନେଶ୍ବର: ନଭେମ୍ବର ୨୦ ତାରିଖରେ ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ଆରମ୍ଭ ହେବ। ନଭେମ୍ବର ୨୦ରୁ ଡିସେମ୍ବର ୭ ତାରିଖ ମଧ୍ୟରେ ଯେତିକି ଧାନ ସଂଗ୍ରହ ହୋଇଥିବ, ତାହାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ବିଣ୍ଟାଲ୍‌ ପିଛା ୨୩୦୦ ଟଙ୍କା ଚାଷୀମାନେ ପାଇଯିବେ। କିନ୍ତୁ ରାଜ୍ୟ ସରକାର ଘୋଷଣା କରିଥିବା ଅତିରିକ୍ତ ୮୦୦ ଟଙ୍କା ସଙ୍ଗେ ସଙ୍ଗେ ମିଳିବ ନାହିଁ। ଏଥି ପାଇଁ ଡିସେମ୍ବର ୮ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ୮ ତାରିଖରେ ବରଗଡ଼ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟସ୍ତରୀୟ କୃଷକ ସମା‌ବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। ତେବେ ୮ ତାରିଖ ଠାରୁ ସଂଗ୍ରହ ହେବାକୁ ଥିବା ଧାନ ପାଇଁ ଚାଷୀଙ୍କୁ ୨୩୦୦ ଟଙ୍କା ସହ ଅତିରିକ୍ତ ୮୦୦ ଟଙ୍କା ସେମାନଙ୍କୁ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ ପଠାଇ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କଲା ବେଳେ ଏହି ସୂଚନା ମିଳିଛି।

ଆଜି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଥିଲେ। ତ୍ରୁଟିଶୂନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳମାନେ ଆବଶ୍ୟକ ପ୍ରସ୍ତୁତି କରିଛନ୍ତି ବୋଲି ସୂଚନା ଦିଆଯାଇଥିଲା। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା-ଶିକ୍ଷା-ସଞ୍ଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି। ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚାଷୀମାନଙ୍କୁ ଟୋକନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାପାଳମାନେ ଚାହିଁଲେ ଟୋକନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। 

ଉଚ୍ଚ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ
ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ

ପଡ଼ୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ମଣ୍ଡିଗୁଡ଼ିକରେ ସିସିଟିଭି ଲଗାଇବା ଓ କଟ୍‌ନି-ଛଟ୍‌ନିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗର ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ନିଜ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଲୋଚନାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଯୋଗଦେଇଥିଲେ।

ସୂଚନାଯୋଗ୍ୟ ଯେ ନଭେମ୍ବର ୨୧ ତାରିଖରେ ସୋହେଲାରେ ଚାଷୀ ସମାବେଶ କରି ଏମ୍‌ଏସ୍‌ପି ସହ ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବାକୁ ଯୋଜନା କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଯୋଗ ଦେଇଥା’ନ୍ତେ। ତେବେ ଏହି କାର୍ଯ୍ୟକ୍ରମଟିକୁ ପରବର୍ତ୍ତୀ ସମୟରେ ଡି‌ସେମ୍ବର ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe