ଅତିରିକ୍ତ କମିସନରଙ୍କୁ ମାଡ: ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରିଲା ବିଜେଡି

ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ପରଦା ପଛରେ ଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ନେତାଙ୍କ ପକ୍ଷରୁ ଦାବି କରାଯାଇଛି...

Additional Commissioner beaten up: BJD attacks government in press conference

Additional Commissioner beaten up: BJD attacks government in press conference Photograph: (sambad.in)

ଭୁବନେଶ୍ବର: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।  ପରଦା ପଛରେ ଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ବିଜେଡି ନେତାଙ୍କ ପକ୍ଷରୁ ଦାବି କରାଯାଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସରକାରଙ୍କର ଅହଙ୍କାର ଚରମ ସୀମାରେ ପହଞ୍ଚିଲାଣି ବୋଲି ବିଜେଡି ଅଭିଯୋଗ କରିଛି। 

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନାହିଁ।  ଲୋକଙ୍କ ସରକାର ନୁହେ, ଏହା ଲୋକଙ୍କ ବିରୋଧୀ  ସରକାର ବୋଲି ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି। 

ଏହା ଏକ ଦୁଃଖଦ ଘଟଣା।  ଆମେ ସମସ୍ତେ ଭୟଭୀତ ହୋଇଯାଇଛୁ। ସରକାରୀ ଅଫିସର ଅଫିସରେ ସୁରକ୍ଷିତ ନୁହଁନ୍ତି। ଏହି ଘଟଣାରେ ସମ୍ପୃକ୍ତଥିବା ଅନ୍ୟମାନକୁ  ଗିରଫ  କରାଯାଉ।  ମୁଖ୍ୟ ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ  ମୁଖ୍ୟମନ୍ତ୍ରୀ ନିଜେ  ଏହାର ଅନୁଧ୍ୟାନ କରନ୍ତୁ ବୋଲି  ମେୟର ସୁଲୋଚନା ଦାସ କହିଛନ୍ତି। 

ଏଭଳି ଘଟଣାକୁ ନେଇ ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହେଉଛି।   ଅମାନୁଷିକ ଭାବେ ଆକ୍ରମଣ ହୋଇଛି। ୨ ମହିଳା କର୍ପୋରେଟର୍   ଆଘାତ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା  କହିଛନ୍ତି।

 BJD | Bhubaneswar Municipal Corporation (BMC)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe