ଲାଞ୍ଚୁଆ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ନିଲମ୍ବିତ

Advertisment
ଲାଞ୍ଚୁଆ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ନିଲମ୍ବିତ

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନଙ୍କୁ ପୁଲିସ ଡିଜି ନିଲମ୍ବିତ କରିଛନ୍ତି। ୨୦ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଲିମରାଜ ପ୍ରଧାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁଲିସ ଡିଜି।

ସୂଚନାଯୋଗ୍ୟ, ଗୋଟିଏ ପୁରୁଣା ମାମଲାକୁ ରଫାଦଫା କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ଲାଞ୍ଚ ନେଉଥିଲେ। ଟଙ୍କା ନେଇ ଦୌଡ଼ି ପଳାଇ ଯାଉଥିବା ସମୟରେ ରାତି ୧୧ ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍। ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଓ ମାଲକାନଗିରି ଭିଜିଲାନ୍ସ ବିଭାଗର ମିଳିତ ଭାବରେ ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ  ଭିଜିଲାନ୍ସକୁ ଚକମା ଦେଇ ଲିମରାଜ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି ଏସ ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତାଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ। ଏହି ଚଢ଼ାଉ ବେଳେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ  ଟିମ୍ ସାମିଲ ଥିଲେ। ବର୍ତମାନ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ନିଆଯାଇଥିଲା ଏବଂ କୋର୍ଟ ଚାଲାଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe