‘ଫନି' କ୍ଷତିଗ୍ରସ୍ତ ୫ ଜିଲ୍ଲାର ମଧୁବାବୁ ପେନସନ୍ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ପେନସନ୍

Advertisment

୪୮ କୋଟି ୯୧ ଲକ୍ଷ ୧୧ ହଜାର ୩୭୦ ଟଙ୍କା ମଂଜୁର

୪୮ କୋଟି ୯୧ ଲକ୍ଷ ୧୧ ହଜାର ୩୭୦ ଟଙ୍କା ମଂଜୁର

‘ଫନି' କ୍ଷତିଗ୍ରସ୍ତ ୫ ଜିଲ୍ଲାର ମଧୁବାବୁ ପେନସନ୍ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ପେନସନ୍

ଭୁବନେଶ୍ୱର: ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ୫ଟି ଜିଲ୍ଲା ଯଥା-ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ମଧୁବାବୁ ପେନ୍ସନ୍ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଅତିରିକ୍ତ ଭାବରେ ଗୋଟିଏ ମାସର ପେନସନ୍ ରାଶି ପ୍ରଦାନ କରାଯିବ।  ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତିା ଅତିରିକ୍ତ ପେନସନ୍ ବାବଦକୁ ୪୮ କୋଟି ୯୧ ଲକ୍ଷ ୧୧ ହଜାର ୩୭୦ ଟଙ୍କା ମଂଜୁର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe