ଅତିରିକ୍ତ ଏସ୍‌ପି ପଦୋନ୍ନତି ମାମଲା: ହାଇକୋର୍ଟଙ୍କ ଅଙ୍କୁଶ

ଗୃହ ବିଭାଗ, ଓପିଏସ୍‌ସିକୁ ଜବାବ ତଲବ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଅତିରିକ୍ତ ଏସ୍‌ପି ପଦୋନ୍ନତି କ୍ଷେତ୍ରରେ ସିଧାସଳଖ ଡିଏସ୍‌ପି ଭାବେ ନିଯୁକ୍ତ ଅଧିକାରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରିବା ସହିତ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନିୟମ କୋହଳ ନିଷ୍ପତ୍ତି ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି।

ଓପିଏସ୍ (ଓଡ଼ିଶା ପୁଲିସ ସେବା) (ଜୁନିୟର ବ୍ରାଞ୍ଚ) ଅଧିକାରୀ ବା ଡିଏସ୍‌ପିଙ୍କୁ ଓପିଏସ୍ (ସିନିୟର ବ୍ରାଞ୍ଚ) ବା ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଁ ଯୋଗ୍ୟତା ଅବଧି ତିନିବର୍ଷର କାର୍ଯ୍ୟକାଳ ରହିଛି। ଜଣେ ଲଗାତାର ତିନିବର୍ଷ ଡିଏସ୍‌ପି ଭାବେ କାର୍ଯ୍ୟ କରିଥିଲେ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଁ ତାଙ୍କ ନାଁ ବିଚାରକୁ ନିଆଯିବ ବୋଲି ନିୟମ ରହିଛି। ଏହି ନିୟମ କୋହଳ କରି ତିନିବର୍ଷ ଯୋଗ୍ୟତା ଅବଧିକୁ ୬ ମାସକୁ ହ୍ରାସ ପାଇଁ ରାଜ୍ୟ ଗୃହ ବିଭାଗ ଦେଇଥିବା ପ୍ରସ୍ତାବକୁ ଓପିଏସ୍‌ସି ଗ୍ରହଣ କରିଥିଲା। ଥରକ ପାଇଁ ଏହି ତିନିବର୍ଷ ଯୋଗ୍ୟତାକୁ ୬ ମାସକୁ କୋହଳ କରିବା ପ୍ରସଙ୍ଗରେ ଓପିଏସ୍‌ସି ସମ୍ମତି ପ୍ରକାଶ କରି ୨୦୨୨, ଜୁଲାଇ ୨୨ରେ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଥିଲା। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଓପିଏସ୍‌ସିର ଜୁଲାଇ ୨୨ର ଚିଠି ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ ରାଜ୍ୟ ଗୃହ ବିଭାଗ ଓ ଓପିଏସ୍‌ସି ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଡିସେମ୍ବର ଦ୍ବିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। କୋରାପୁଟରେ ଡିଏସ୍‌ପି ଭାବେ କାର୍ଯ୍ୟରତ ଗୁଣନିଧି ମଲ୍ଲିକଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ଓ ପ୍ରତିଷ୍ଠା ଚିନ୍ନାରା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe